ବିିଜେଡି, ବିଜେପି ଉଭୟ ଠକିଛନ୍ତି : ନିରଞ୍ଜନ

ଭୁବନେଶ୍ବର : ନିଯୁକ୍ତିକୁ ପ୍ରସଙ୍ଗ କରି ବିଜେପି ଓ ବିଜେଡି ପରସ୍ପର ବିରୋଧରେ ଆ‌େନ୍ଦାଳନକୁ ଓହ୍ଲାଇଥିଲା ବେଳେ ଉଭୟ ଦଳକୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ଓ ବିଜେପି ମଧ୍ୟରେ କିଛି ଫରକ ନାହିଁ। ଏହି ଦୁଇ ଦଳ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଲୋକଦେଖାଣିଆ ଭାବେ ନିଯୁକ୍ତି ପ୍ରସଙ୍ଗକୁ ନେଇ ଉଭୟ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି। ଶ୍ରମ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୮ ମସିହା ପ୍ରଥମ ତିନି ମାସରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ୬.୭୭ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ୨୦୧୭ ବର୍ଷର ‌େଶଷ ତିନି ମାସରେ ୪.୭ ପ୍ରତିଶତ ରହିଥିଲା। ଓଡ଼ିଶାରେ ନିଯୁକ୍ତି ଦୃଶ୍ୟପଟ ଅଧିକ ଖରାପ ହେବାରେ ଲାଗିଛି। ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଓଡ଼ିଶାରେ ୨୦୧୮ ଜାନୁଆରିରେ ପ୍ରାୟ ୮୫ ଲକ୍ଷ ଶିକ୍ଷିତ ଓ ଅଶିକ୍ଷିତ ବେକାର ରହିଥିଲେ। ସେମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ କୌଣସି ପଦକ୍ଷେପ ସରକାରୀ ସ୍ତରରେ ନିଆଯାଇ ନାହିଁ। ସେହିପରି ସର୍ବଭାରତୀୟ ସ୍ତରରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି। ବିଜେପି ସଭାପତି ଅମିତ ଶାହ ଦେଶରେ ୧୨୫ କୋଟି ଲୋକଙ୍କୁ ନିଯୁକ୍ତି ଯୋଗାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର