ଫୁଟବଲ ଖେଳିବାକୁ ଯାଇ ଓଡ଼ିଆ ଛାତ୍ର ମୃତ

ଭୁବନେଶ୍ୱର :ଫୁଟବଲ ଖେଳିବାକୁ ଯାଇ ନେସନାଲ ଲ’ ବିଶ୍ୱବିଦ୍ୟାଳୟର ଓଡ଼ିଆ ଛାତ୍ର ଋତିକ୍‌ ଦାସଙ୍କର ମୃତ୍ୟୁ ଘଟିଛି। ଗତକାଲି ନେସନାଲ ୟୁନିଭରସିଟି ଅଫ ଜୁଡିସିଆଲ ସାଇନସେସ୍ ପକ୍ଷରୁ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ‘ଇନଭିକ୍ଟା-୨୦୧୯’ଖେଳିବାକୁ ସେ ଯାଇଥିଲେ। ତାଙ୍କର ମୃତ୍ୟୁ ଖବର ବିଶ୍ଵବିଦ୍ୟାଳୟ ପକ୍ଷରୁ ଟୁଇଟ ଜରିଆରେ ପ୍ରକାଶ କରାଯାଇଛି।

ସୂଚନା ମୂତାବକ, ଋତିକ୍‌ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ କିଛି ଦିନ ତଳେ ପଞ୍ଚିମବଙ୍ଗ ଯାଇଥିଲେ। ଶନିବାର ମ୍ୟାଚ୍ ଖେଳି ସାରିବା ପରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ରାଜଧାନୀର ଆଇଆରସି ଭିଲେଜରେ ପରିବାର ସହ ରହି ଆସୁଥିଲେ। ତାଙ୍କ ବାପା ଜଣେ ଆଇଆରଏସ୍ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର