ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ସହିଦ

ନାଉଗାଁ/ଗାରୋଇ : ଜାମ୍ମୁକାଶ୍ମୀରର ପୁଲୱାମା ସେକ୍ଟରରେ ଉଗ୍ରବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଓଡିଶାର ପ୍ରସନ୍ନ କୁମାର ସାହୁ। ସହିଦ ପ୍ରସନ୍ନଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଶିଖର ପଂଚାୟତର ପାରି ଶିଖର ଗ୍ରାମରେ। କାଶୀନାଥ ସାହୁଙ୍କ ପୁଅ ପ୍ରସନ୍ନଙ୍କୁ ମାତ୍ର ୪୬ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ମିନାରାଣୀ, ଗୋଟିଏ ପୁଅ ଜଗନ ଓ ଗୋଟିଏ ଝିଅ ରୁନି ଅଛନ୍ତି। ପ୍ରସନ୍ନ ସିଆରପିଏଫ ୬୧ ବାଟାଲିଅନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସହିଦ ପ୍ରସନ୍ନଙ୍କ ପତ୍ନୀ ଓ ପୁଅ-ଝିଅ ତାଙ୍କ ସହିତ କାଶ୍ମୀରରେ ରହୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର