ଓଡ଼ିଆ ଭାଷା ପରୀକ୍ଷାଫଳ ପ୍ରକାଶିତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୭ ବର୍ଷର ଦ୍ୱିତୀୟ ଏକକ ଓଡ଼ିଆ ଭାଷା (ଦଶମ ଷ୍ଟାଣ୍ଡାର୍ଡ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ ୭୪୯ ଜଣ ପାସ୍‌ କରିଛନ୍ତି। ପରୀକ୍ଷା ପାଇଁ ୮୬୯ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲେ ବି ସେମାନଙ୍କ ମଧ୍ୟରୁ ୬୧ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ତେଣୁ ଆଜି ୮୦୮ଜଣଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ୯୨.୭ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ରାଜ୍ୟର ୬ଟି କେନ୍ଦ୍ରରେ ଗତବର୍ଷ ଡିସେମ୍ବର ୧୫ ତାରିଖରେ ଅଫ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା। ସେହିପରି ୨୦୧୭ ବର୍ଷର ଦ୍ୱିତୀୟ ଅର୍ଧ ବାର୍ଷିକ ଓଡ଼ିଆ ଭାଷା (ଅଷ୍ଟମ ଷ୍ଟାଣ୍ଡାର୍ଡ) ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାଟି ଅନ୍‌ଲାଇନ୍‌ରେ ହୋଇଥିଲା। ପରୀକ୍ଷା ପାଇଁ ମୋଟ ୭୭୯ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ଅନୁପସ୍ଥିତ ଥିଲେ। ବିଭିନ୍ନ କାରଣରୁ ୧୦୪ ଜଣଙ୍କର ପରୀକ୍ଷା ଫଳ ସ୍ଥଗିତ ହୋଇଥିଲା। ତେଣୁ ଆଜି ୬୪୪ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୪୪୧ ଜଣ କୃତକାର୍ଯ୍ୟ ହୋଇଥିଲାବେଳେ ପାସ୍‌ ହାର ୬୮.୪୮ ପ୍ରତିଶତ ରହିଛି। ଉଭୟ ପରୀକ୍ଷାଫଳ ବୋର୍ଡର ଓ୍ଵବସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର