ମୁମ୍ବାଇ ଅଗ୍ନିକାଣ୍ଡରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର: ଶୁକ୍ରବାର ପ୍ରତ୍ୟୁଷରେ ମୁମ୍ବାଇ ଲୋୟର୍‌ ପାରେଲ ଅଞ୍ଚଳରେ ଥିବା କମଳା ମିଲ୍‌ସ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ବରଣ କରିଥିବା ୧୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଅଛନ୍ତି।

ତାଙ୍କ ନାମ ସର୍ବଜିତ୍‌ ପରିଡ଼ା। ନୀଳଗିରି ଥାନା ଅନ୍ତର୍ଗତ ଦକ୍ଷିଣ ନରସିଂହପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବଡ଼ ପାଟପୁର ଗାଁ’ରେ ୨୩ ବର୍ଷିୟ ସର୍ବଜିତ୍‌ଙ୍କ ଘର। ସେ ସମରେନ୍ଦ୍ର ଏବଂ ବାସନ୍ତୀ ପରିଡ଼ାଙ୍କ ପୁଅ।

ମୁମ୍ବାଇସ୍ଥିତ ଓ୍ଵାନ୍‌ ଭେଜ୍‌ ହୋଟେଲ୍‌ରେ ସେ େଓ୍ଵଟର୍‌ ଭାବେ କାମ କରୁଥିଲେ। ଗ୍ୟାସ୍‌ ଟାଙ୍କି ଫାଟି ନିଅାଁ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଆଜି ରାତି ବାରଟା ସୁଦ୍ଧା ତାଙ୍କର ଶବ ଗାଁ’ରେ ପହଞ୍ଚିବ ବୋଲି ତାଙ୍କର ନିକଟ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର