ଭୁବନେଶ୍ୱର : ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ । ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ । ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷୀୟ ଗଣନା ଅନୁସାରେ ଆଜି ହେଉଛି ମେଷ ସଂକ୍ରାନ୍ତି । ଓଡ଼ିଶାରେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୁଏ ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଆଜି ପ୍ରତି ଓଡ଼ିଆ ଘର ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖାଯାଏ । ଏହି ଠେକି ତଳେ ଏକ ଛୋଟ ଛିଦ୍ରଥାଏ, ଯଦ୍ୱାରା ପାଣି ତୁଳସୀ ଗଛରେ ପଡିପାରିବ ।
ଆଜି ମଧ୍ୟ ସମଗ୍ର ଓଡ଼ିଶାରେ ହନୁମାନ ଜୟନ୍ତି ଭାବେ ପାଳନ କରାଯାଏ । ଓଡ଼ିଆ ଲୋକମାନେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳଶା ପାଠ କରି ନିଜର ମନୋସ୍କାମନା ପୂରଣ କରିଥାନ୍ତି । କେବଳ ହନୁମାନ ନୁହଁନ୍ତି,ଆଜି ଦିନରେ ଲୋକମାନେ ଶିବ ମନ୍ଦିର, ସୂର୍ଯ୍ୟମନ୍ଦିର ଓ ଦେବୀ ମନ୍ଦିର ଯାଇ ଦର୍ଶନ କରିଥାନ୍ତି । ବିଶେଷ କରି ମା ତାରିଣି ପୀଠରେ ଆଜି ଉତ୍ସବ ପାଳନ ହୋଇଥାଏ । ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି ବେଲ ପଣା ସେବନ । ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ପଣା ବଣ୍ଟନ କରାଯାଇଥାଏ ।