ଓଡ଼ିଆ ଯୁବକ ‘ମିଷ୍ଟର କର୍ଣ୍ଣାଟକ’

ସଂଘର୍ଷ ପରେ ମିଳିଛି ସଫଳତା

କେନ୍ଦୁଝର : ଭିଟାମାଟିରେ ଅଲୋଡ଼ା ଥିଲେ, କର୍ଣ୍ଣାଟକର କିନ୍ତୁ ସେ ସୁନାପୁଅ। ଦିନେ ଏଠାରେ ସେ ପେଟପାଟଣା ପାଇଁ ସ˚ଘର୍ଷ କରୁଥିଲେ। ଏବେ କର୍ଣ୍ଣାଟକରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ମିଷ୍ଟର କର୍ଣ୍ଣାଟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତିନି ତିନି ଥର ମିଷ୍ଟର କର୍ଣ୍ଣାଟକ ହୋଇଥିବା ସୁନାରାମ ପୂର୍ତ୍ତି ହେଉଛନ୍ତି କେନ୍ଦୁଝର ଜିଲ୍ଲାର ବାସିନ୍ଦା।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗାଁର ରାମରାଇ ପୂର୍ତ୍ତିଙ୍କ ତିନି ପୁଅଙ୍କ ମଧୢରୁ ସାନପୁଅ ହେଲେ ସୁନାରାମ। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ନେଇଥିବା ସୁନାରାମ କୌଣସି ମତେ ଯୁକ୍ତ ଦୁଇ ପାସ୍‌ କରିବା ପରେ ପରିବାର ପୋଷିବ ପାଇଁ କାମଧନ୍ଦା ଅନ୍ବେଷଣରେ ଚାଲିଯାଇଥିଲେ କର୍ଣ୍ଣାଟକ। ସେଠାରେ ପହଞ୍ଚିବା ପରେ ପରେ ତାଙ୍କର ସ˚ଘର୍ଷ ଓ ସଫଳତା ଯେ ଗୋଟିଏ ଦିନରେ ମିଳିଛି, ତାହା ନୁହେଁ। ବର˚ ବର୍ଷ ବର୍ଷ ଲାଗିଛି ସଫଳତାର ସ୍ବାଦ ଚାଖିବାକୁ।

ପ୍ରଥମେ କର୍ଣ୍ଣାଟକରେ ପହଞ୍ଚି ସେ ସିକ୍ୟୁରିଟି ଗାର୍ଡ ଚାକିରି କରିଥିଲେ। ପ୍ରଥମ ଦରମା ଥିଲା ୨ହଜାର ୨୦୦ ଟଙ୍କା। ସେତିକି ଟଙ୍କାରେ ସେ ନିଜ ରହିବା ଓ ଖାଇବା ବ୍ୟବସ୍ଥା କରିବା ପରେ ଯାହା କିଛି ପେଟରୁ କାଟି ସଞ୍ଚୟ କରୁଥିଲେ ସେଥିରୁ ଘରକୁ ପଠାଉଥିଲେ। ତା’ ପରେ ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଏସବୁ ଭିତରେ ବି ତାଙ୍କ ମନ ଥିଲା ବଡି ବିଲ୍‌ଡିଂରେ। ଆକାଉଣ୍ଟାଣ୍ଟ୍‌ ଚାକିରି କରିବା ଭିତରେ କିଛି ଅର୍ଥ ସଞ୍ଚୟ କରି ଜିମ୍‌ ଯିବା ଆରମ୍ଭ କରିଥିଲେ। ବଡି ବିଲ୍‌ଡି˚ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୦୪ ମସିହା ବେଳକୁ ସେ ବଡି ବିଲ୍‌ଡି˚ରେ କର୍ଣ୍ଣାଟକରେ ଏକ ପରିଚିତ ନାମ ହୋଇ ସାରିଥିଲେ। ସେହି ବର୍ଷ ସେ କର୍ଣ୍ଣାଟକର ରାଜ୍ୟସ୍ତରୀୟ ବଡି ବିଲ୍‌ଡି˚ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମଥର ପାଇଁ ମିଷ୍ଟର କର୍ଣ୍ଣାଟକ ଉପାଧି ହାସଲ କରି ସମଗ୍ର କର୍ଣ୍ଣାଟକରେ ଚର୍ଚ୍ଚା ସୃଷ୍ଟି କରିଥିଲେ। ସବୁଠୁ ବଡ଼ କଥା ହେଲା, ଓଡ଼ିଶାର ଏକ ଅଖ୍ୟାତ ପଲ୍ଲୀରୁ ଯାଇ ମିଷ୍ଟର କର୍ଣ୍ଣାଟକ ଉପାଧି ବିଜେତା ହେବା ପରେ ତାଙ୍କୁ ନେଇ ସେଠାରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହା ପରେ ସେ ୨୦୦୬ ଏବ˚ ୨୦୧୨ ରେ ମିଷ୍ଟର କର୍ଣ୍ଣାଟକ ଉପାଧି ହାସଲ କରିବାରେ ସଫଳ ହୋଇଥିଲେ। ଦିନେ ପେଟପାଟଣା ପାଇଁ ଓଡ଼ିଶା ଛାଡି କର୍ଣ୍ଣାଟକ ଯାଇଥିବା ସୁନାରାମ ଏବେ ସେଠାରେ ୧୦ ଜଣଙ୍କୁ କର୍ମସ˚ସ୍ଥାନ ଯୋଗାଇଦେଇ ସ˚ଘର୍ଷ ଓ ସଫଳତାର ଉଜ୍ଜ୍ବଳ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର