ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ୟୁନାଇଟେଡ୍‌ ଏମ୍ପ୍ଲଇଜ୍‌ ୟୁନିଅନ୍‌ର ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା କୃଷି ଶିଳ୍ପ ନିଗମ ଓ ବିଭିନ୍ନ ଜିଲ୍ଲା, କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ କରାନଯିବା ତଥା ସେମାନଙ୍କୁ ଛଟେଇ କରିବାକୁ ମସୁଧା କରାଯିବା ଅଭିଯୋଗ ଆଣି ଆଜି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ୟୁନାଇଟେଡ୍‌ ଏମ୍ପ୍ଲଇଜ୍‌ ୟୁନିଅନ୍‌ ପକ୍ଷରୁ ଏହାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୦୮ ମସିହାରେ ନିଗମ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ସାକ୍ଷାତକାର ପରୀକ୍ଷା କରି ପ୍ରାର୍ଥୀ ନିର୍ବାଚିତ କରାଯାଇ ‘ମେମର୍ସ ଡାର୍କ ସିକ୍ୟୁରିଟି ସଂସ୍ଥା’ ଜରିଆରେ ସେମାନଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ ଦୀର୍ଘ ବର୍ଷ ଧରି ନିଗମ ପାଇଁ କାମ କରିବା ପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତ୍ତେ ଏକ ନୂତନ ନିଯୁକ୍ତି ସଂସ୍ଥା ସହ ଚୁକ୍ତି କରି ଏମାନଙ୍କୁ ଚାକିରିରୁ ଛଟେଇ କରିବା ବ୍ୟବସ୍ଥା କରାଯାଉଛି। ଏହାର ପ୍ରତିବାଦରେ ୟୁନିଅନ୍‌ ଆଜି ରାସ୍ତାକୁ ଓହ୍ଲାଇଛି। କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ସରକାରୀ ନିର୍ଦ୍ଧାରଣ ଅନୁସାରେ ଗ୍ରେଡ୍‌-ପେ ଦେବା, ପଦୋନ୍ନତିର ସୁବିଧା ଦେବା, କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ଓ ସର୍ଭିସ୍‌ ପ୍ରୋଭାଇଡର୍‌ ଜରିଆରେ କର୍ମଚାରୀମାନଙ୍କ ବରିଷ୍ଠତା ଭିତ୍ତିରେ ତାଲିକା ପ୍ରସ୍ତୁତ କରିବା ଆଦି ଦାବି ଆଜି ୟୁନିୟନ୍‌ ପକ୍ଷରୁ ଉପସ୍ଥାପିତ ହୋଇଛି। ବିକ୍ଷୋଭରେ ୟୁନିଅନ୍‌ର ସଭାପତି ସଚିଦାନନ୍ଦ ସାମନ୍ତରାୟଙ୍କ ସମେତ ସାଧାରଣ ସମ୍ପାଦକ ଅଶୋକ ମିଶ୍ର ଓ ୧୨୬ ଜଣ କର୍ମଚାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର