୧୬ରୁ ବିଧାନସଭା! : ୨୩ଟି କାର୍ଯ୍ୟଦିବସ, ଡିସେମ୍ବର ୧୭ ଯାଏ ଚାଲିପାରେ

ହକି ପାଇଁ ଆଗୁଆ ସରିପାରେ, ଆଜି ବସିବ କ୍ୟାବିନେଟ

ଭୁବନେଶ୍ବର : ନଭେମ୍ବର ୧୬ ତାରିଖରୁ ବିଧାନସଭାର ଶୀତ ଅଧିେବଶନ ହୋଇପାରେ। ଡିେସମ୍ବର ୧୭ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଏ ମଧ୍ୟରେ ୨୩ଟି କାର୍ଯ୍ୟ ଦିବସ ରହିଛି।

ରାଜ୍ୟ ସରକାର ଏମିତି ଏକ ପ୍ରସ୍ତାବ ଉପରେ ତନାଘନା ଚଳାଇଛନ୍ତି। ଏପଟେ ଆସନ୍ତାକାଲି ସନ୍ଧ୍ୟାେବଳେ ରାଜ୍ୟ କ୍ୟାବିେନଟ୍ ବୈଠକ ବସିବ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଧାନସଭା ଅଧିବେଶନ ଚଳିତମାସ ତୃତୀୟ ସପ୍ତାହରେ ଆରମ୍ଭ ହେବ କିମ୍ବା ହକି ବିଶ୍ବକପ୍ ପରେ କରାଯିବ, ସେ ନେଇ କ୍ୟାବିେନଟ୍ ବୈଠକରେ ଆେଲାଚନା ହୋଇପାରେ। ତେବେ ଆସନ୍ତାକାଲି କ୍ୟାବିେନଟ୍ ନିଷ୍ପତ୍ତି ପରେ ରାଜ୍ୟପାଳ ଏହା ଉପରେ ମୋହର ଲଗାଇେବ ଓ ଏ ସଂକ୍ରାନ୍ତରେ ବିଧିବଦ୍ଧ ସମନ ଜାରି କରାଯିବ। କ୍ୟାବିେନଟରେ ଆଉ କଣ ପ୍ରସ୍ତାବ ଅଛି, ତାହା ଆସନ୍ତାକାଲି ଜଣାପଡିବ। କାରଣ ଏଯାଏ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ପ୍ରଦାନ କରାଯାଇନାହିଁଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଧାନସଭାର ଶୀତ ଅଧିେବଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ପାରିତ ହୋଇସାରିଛି। ଏଫ୍ଆରବିଏମ୍ ଆଇନ ଅନୁସାରେ, ଦ୍ବିତୀୟ ଅତିରିକ୍ତ ବଜେଟ୍ ଆଗତର ବ୍ୟବସ୍ଥା ନାହିଁ। ସରକାର ଚାହିଁଲେ କିନ୍ତୁ ଅଧ୍ୟାେଦଶ ଆଣି ବା ସେଂଶାଧନ କରି ଦ୍ବିତୀୟ ଅତିରିକ୍ତ ବଜେଟ୍ ଆଣିପାରିେବ। ମାତ୍ର ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦ୍ବିତୀୟ ଅତିରିକ୍ତ ବଜେଟ୍ ଆଗତ ନେଇ ଏଯାଏ କୌଣସି ପ୍ରସ୍ତାବ ଆସିନାହିଁ କିମ୍ବା ତା ଉପରେ କୌଣସି କାର୍ଯ୍ୟ ହେଉନାହିଁ।

ଯେହେତୁ ୨୩ଟି କାର୍ଯ୍ୟଦିବସ ବାକି ରହିଛି ଓ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠାରୁ ବଡ଼ ଅଧିେବଶନ ହେବ, ଏଣୁ ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ମାତ୍ ଦେବା ଲାଗି ଯୋଜନା କରିେବ। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ବାକି ରହିଥିବା ଗୁରୁତ୍ବପୂର୍ଣ୍ଣ ବିଲ୍ ଆଦିକୁ ପାରିତ କରିବା ଲାଗି ଏହି ଅଧିେବଶନକୁ ବ୍ୟବହାର କରିପାରନ୍ତି।

ତେବେ ଏହି ଅଧିେବଶନ ପାଇଁ ଏବେ ହକି ବିଶ୍ବ କପ୍ ବଡ଼ ବାଧକ ସାଜୁଥିବା କୁହାଯାଉଛି। କାରଣ ଉଭୟ ବିଧାନସଭା ଓ ହକି ବିଶ୍ବକପ୍ ପାଇଁ ସୁରକ୍ଷା ଯୋଗାଇବା କାଠିକର ପାଠ। ଏଭଳି ସ୍ଥିତିେର ଅଧିେବଶନକୁ ଆଗୁଆ ଶେଷ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ଅଧିେବଶନ କମିବ କିମ୍ବା ବଢିବ, ତା ଉପରେ ଗୃହ ହିଁ ନିଷ୍ପତ୍ତି ନେବ।

ସମ୍ବନ୍ଧିତ ଖବର