ଆଜିଠାରୁ ବିଧାନସଭା

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୧୧ଟି କାର୍ଯ୍ୟଦିବସ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଏହି ଅଧିବେଶନରେ ଆଗତ ହେବ। ୬ ତାରିଖରେ ବିଧାନ ପରିଷଦ ନେଇ ସଂକଳ୍ପ ଆସିବ। ଅଧିବେଶନରେ ମୋଟ୍‌ ୪ଟି ବିଲ୍‌ ଆସିବ। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍‌ ଆଗତ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୋଟିଏ ଦିନ ଗୃହ ମୁଲତବୀ ରହିବ। ଆଜି ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସବୁ ଦଳର ବିଧାୟକ ଅଂଶଗ୍ରହଣ କରିବେ। ଏହାବାଦ୍‌ ଗୃହରେ ଅନ୍ୟ କୌଣସି କାର୍ଯ୍ୟ ରଖାଯାଇ ନାହିଁ। ସେପ୍ଟମ୍ବର ୫ରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରାଯିବା ସହ ଗୃହ କାର୍ଯ୍ୟ ଯଥାରୀତି ଚାଲିବ।

ସମ୍ବନ୍ଧିତ ଖବର