ବିଜେପିରେ ପୁରୁଣା-ନୂଆ ଲଢ଼େଇ! : ଯେତେ ମିଶୁଛନ୍ତି, ସେତିକି ଆତଙ୍କିତ ହେଉଛନ୍ତି ଆଶାୟୀ; କର୍ମୀ କାହା ସହିତ ରହିବେ, ଧର୍ମେନ୍ଦ୍ର ନା ବୈଜୟନ୍ତ

ଭୁବନେଶ୍ବର :କଂଗ୍ରେସ ହାତଛାଡ଼ି ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ଉମାକାନ୍ତ ନାୟକ। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ କେନ୍ଦ୍ରାପଡ଼ା ସ୍ବାଗତ ସଭାରେ ସେ ଉପସ୍ଥିତ ଥିଲେ। ଏବେ ଦ୍ବନ୍ଦ୍ବ ସୃଷ୍ଟି ହେଲାଣି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳକୁ ଆଣିଥିବା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ପାଟକୁରା ଆସନରୁ ପ୍ରାର୍ଥୀ ହେବେ ନା ଉମାକାନ୍ତ।

ଗୁରୁବାର ପଦ୍ମ ଧରିଛନ୍ତି ଡାକ୍ତର ଦାେମାଦର ରାଉତ। ଦାମ ବାବୁ ଏରସମା ବାଲିକୁଦାରୁ ପ୍ରାର୍ଥୀ େହବେ। ତାଙ୍କ ଅନୁଗତ କିମ୍ବା ସମ୍ପର୍କୀୟ ପାରାଦୀପରୁ ପ୍ରାର୍ଥୀ ହୋଇପାରନ୍ତି। ଏପରି େକ୍ଷତ୍ରରେ ସେଠାରେ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବା ରଘୁନନ୍ଦନ ଦାସ ଓ ସଂପଦ ସ୍ବାଇଁ େକଉଁଠିକି ଯିବେ?

ସତ୍ୟବାଦୀ ଆସନରୁ ପୂର୍ବତନ ବିଧାୟକ ରମାରଂଜନ ବଳିଆର ସିଂହଙ୍କୁ ଟିେକଟ୍ ମିଳିବ ନା ଓମ୍ ପ୍ରକାଶ ମିଶ୍ରଙ୍କୁ। ମାହାଙ୍ଗାରେ ଶାରଦା ପ୍ରଧାନ କ’ଣ ବୈଜୟନ୍ତଙ୍କ େନତୃତ୍ବକୁ ଗ୍ରହଣ କରି ନିର୍ବାଚନ ଲିଢ଼ିବେ? ଆଳିରେ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀ ଦୋଳ େଗାବିନ୍ଦ ନାୟକ ନା ସଦ୍ୟ ବିେଜପିକୁ ଆସିଥିବା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଦଳ ଟିକେଟ୍ ଦେବ? ରାଜନଗରରେ ଅଲେଖ ଜେନା ସୁରକ୍ଷିତ ରହିେବ ନା ବୈଜୟନ୍ତଙ୍କ ଘନିଷ୍ଠ ଦୁର୍ଗାଶିଷ ମହାନ୍ତି ବିେଜପି ପ୍ରାର୍ଥୀ ଭାବେ ଉଭା େହବେ?

ଏମିତି ମାଳ ମାଳ ପ୍ରଶ୍ନ ଏବେ ବିେଜପି ନିର୍ବାଚନ ପ୍ରକ୍ରିୟାରେ ପ୍ରସଙ୍ଗ ପାଲଟିଗଲାଣି। ଅଧିକାଂଶ ଜିଲ୍ଲାରେ ଏସବୁ ପ୍ରଶ୍ନ ଦଳର କର୍ମୀଙ୍କୁ ବିଚଳିତ କରୁଛି। ଦିନକୁ ଦିନ ଦଳର ଶକ୍ତି ବୃଦ୍ଧି କରି ବୈଜୟନ୍ତ େଯତିକି ଅଧିକ େନତାଙ୍କୁ ଦଳକୁ ଟାଣି େନଉଛନ୍ତି, ତୃଣମୂଳ ସ୍ତରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା େନତା ଓ ଆଶାୟୀ ପ୍ରାର୍ଥୀ େସମାନଙ୍କ ରାଜନୈତିକ ଭବିଷ୍ୟତ େନଇ େସତିକି ଆଶଙ୍କା ଭିତରେ ଛନ୍ଦି େହବାରେ ଲାଗିଛନ୍ତି। ଖାସ୍ ଏହି କାରଣରୁ େଗାଦରା େକାଡ଼େ େଯତେ ମାେଡ଼ େସତେ ନ୍ୟାୟରେ ରାଜ୍ୟ ବିେଜପି ଘରର ବାତାବରଣ ବିଗିଡ଼ିବା ଆରମ୍ଭ କରିଛି।

କୌତୂହଳର ବିଷୟ େହଉଛି, ବିଜୟ ମହାପାତ୍ର ବିେଜପି ଠାରୁ ଦୂରେଇ ଯିବା ପରେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ସର୍ବେସର୍ବା ଥିଲେ। ଏବେ ବିେଜପି ଶିବିରରେ ଚର୍ଚ୍ଚା ଚାଲିଛି େଯ ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ କାଟତି ପୂର୍ବଭଳି ଅତୁଟ ଥାଇପାରେ, କିନ୍ତୁ ରାଜ୍ୟରେ ବୈଜୟନ୍ତ ବେଶି ସକ୍ରିୟ ଅଛନ୍ତି। କାରଣ ଦଳକୁ ପ୍ରଭାବୀ କରିବା ପାଇଁ େସ ଆସିବା ଦିନଠାରୁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ଓ ଦଳ ତାଙ୍କର ଗୁରୁତ୍ବ ବୁଝି ରାତିଅଧିଆ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭଳି ଗୁରୁ ଦାୟିତ୍ବ େଦଇଛି। ଏବେ କାହା ପାଖରେ ଅଧିକ କ୍ଷମତା ରହିଛି, ତାହାକୁ କର୍ମୀ ନିରବତାର ସହିତ ମାପୁଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା େହଉଛି, ଧର୍ମେନ୍ଦ୍ର ନିୟମିତ ବ୍ୟବଧାନରେ ଦଳକୁ ନୂଆ େନତା େନଉଥିଲେ। କିନ୍ତୁ ବୈଜୟନ୍ତ ବିଜେଡିର ବରିଷ୍ଠ େନତାଙ୍କୁ ପଦ୍ମ ଧରାଇ ରାଜ୍ୟ ରାଜନୀତିରେ ଆେଲାଡନ ସୃଷ୍ଟି କରିଛନ୍ତି। ଆଉ ଡଜନେ ସରିକି ବିେଜଡି େନତାଙ୍କ ସହ େସ େଯାଗାେଯାଗରେ ଅଛନ୍ତି। ଏପରିକି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କୁ ଦଳକୁ େଫରାଇ ଆଣିବା ଲାଗି ମଧ୍ୟ ବୈଜୟନ୍ତ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଏସବୁ କରି ପରୋକ୍ଷରେ ସେ େକନ୍ଦ୍ରୀୟ େନତାଙ୍କୁ ସୂଚାଉଛନ୍ତି େଯ ବିେଜପି ଅଭିବୃଦ୍ଧି ରାସ୍ତାରେ େକଉଁଠି ନା େକଉଁଠି ଧର୍ମେନ୍ଦ୍ର କଣ୍ଟା ଥିଲେ।

ଏଠାରେ ଉଲ୍ଲେଖ ଥାଉକି, ବିେଜପି ଶିବିରର ଶୀତଳଯୁଦ୍ଧ ଆଉ ଲୁଚି ଛପି ରହିନାହିଁ। ଯଦିଓ ସମସ୍ତେ ଏକାଠି ଦୃଶ୍ୟମାନ େହଉଛନ୍ତି, କିନ୍ତୁ ନିର୍ବାଚନମଣ୍ଡଳୀ ସ୍ତରରେ ଏହା ଚର୍ଚ୍ଚାର ବିଷୟ େହଲାଣି। ଗତ କିଛି ଦିନ ଧରି ମିଶ୍ରଣ ପ୍ରକ୍ରିୟାରେ ଏକ େରାଚକ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କ ବିେଜପିରେ ମିଶ୍ରଣ ପର୍ବ େଶଷ ମୁହୂର୍ତରେ ସଙ୍କୁଚିତ େହାଇଯାଇଥିଲା। ଅମିତ ଶାହଙ୍କ ଉପସ୍ଥିତିରେ କିନ୍ତୁ ସେ େଯାଗ େଦଇଥିଲେ। ହେଲେ ବୈଜୟନ୍ତ ପଣ୍ଡାଙ୍କ େଯାଗଦାନ ଦଳୀୟ ଜାତୀୟ କାର୍ଯ୍ୟାଳୟରେ ହୋଇଥିଲା ଓ ଅମିତ ଶାହ ଉପର ମହଲାରେ ଥିଲେ ବି ତଳକୁ ଆସିନଥିଲେ। ବୈଜୟନ୍ତ େସଦିନ ଧର୍ମେନ୍ଦ୍ର ଓ ଅରୁଣ ସିଂହଙ୍କ ଉପସ୍ଥିତିରେ ହିଁ ବିେଜପିରେ େଯାଗ ଦେଲେ। ପରେ ବୈଜୟନ୍ତ ଶ୍ରୀ ଶାହଙ୍କୁ େଭଟିଥିଲେ। ହେଲେ ଏଥିେର ଆଶ୍ବସ୍ତ େହାଇଥିବା ଧର୍ମେନ୍ଦ୍ରଙ୍କ ଅନୁଗତ ଏହାର କିଛି ମୁହୂର୍ତ ପରେ ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ମୁଖପାତ୍ର କରାଯିବା ଘଟଣାରେ ନିରାଶ ହୋଇପଡ଼ିଥିଲେ। ଗୁରୁବାର ଡାକ୍ତର ଦାେମାଦର ରାଉତଙ୍କ େଯାଗଦାନ କାର୍ଯ୍ୟକ୍ରମ େହାଇଥିଲା। ନୂଆଦିଲ୍ଲୀରେ ଥାଇ ବି ଅମିତ ଶାହ ଦାମଙ୍କ ଭଳି ଜଣେ ବରିଷ୍ଠ େନତାଙ୍କ େଯାଗଦାନ କାର୍ଯ୍ୟକ୍ରମରେ ଭାଗ ନେଲେ ନାହିଁ।

ରାଜ୍ୟ ବିେଜପି ଆଭ୍ୟନ୍ତରୀଣ ରାଜନୀତିରେ ଶୀର୍ଷସ୍ତରରେ େଦଖା େଦଇଥିବା ବଳ କଷାକଷି ଆଗକୁ କି ରୂପ ନେବ ତାହା ଅଲଗା କଥା। ହେଲେ ରାଜ୍ୟ ବିଜେପିରେ େଯଉଁମାେନ ଧର୍ମେନ୍ଦ୍ରଙ୍କ ହାତ ଧରି ୪ବର୍ଷ କାଳ ଆଗକୁ ବଢୁଥିଲେ, େସମାନଙ୍କ ମଧ୍ୟରୁ ଅନେକ ଭୀତତ୍ରସ୍ତ େହାଇପଡିଛନ୍ତି। ଏସବୁ େଗାଟିଏ କଥା ସୂଚାଇ େଦଇଛି େଯ ପୁରୁଣା ବିେଜପି – ନୂଆ ବିେଜପି ଲଢ଼େଇ ନିର୍ବାଚନମଣ୍ଡଳୀର ସୀମା ସରହଦ ଟପି ରାଜ୍ୟ ରାଜନୀତିକୁ ଆକ୍ରାନ୍ତ କରିବାକୁ ବସିଲାଣି।

ସମ୍ବନ୍ଧିତ ଖବର