ଓଡ଼ିଶା ବଜେଟ୍‌ ୨୦୨୦-୨୧: ଏସ୍‌ସି-ଏସ୍‌ଟି, ପଛୁଆ ବର୍ଗଙ୍କ ବିକାଶ ଚିନ୍ତା

୭ ନୂଆ ମେଡିକାଲ୍‌ କଲେଜ ପାଇଁ ବଡ଼ ଅନୁଦାନ, ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି

ଲିଙ୍ଗଗତ ବଜେଟ୍
ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷରେ ଲିଙ୍ଗଗତ ବଜେଟ୍ ବ୍ୟୟବରାଦ ମୋଟ ବଜେଟ୍‌ର ୩୫.୮ ପ୍ରତିଶତ କରାଯାଇଛି। ଯାହା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୯ ପ୍ରତିଶତ। ସେଥିରୁ ମହିଳା କେନ୍ଦ୍ରୀକ ବ୍ୟୟ ବରାଦ ୧.୮ ପ୍ରତିଶତ ଓ ଏହା ଜିଏସଡିପିର ୦.୫ ପ୍ରତିଶତ। ଏହି ବଜେଟ୍‌ରେ ୧୪ରୁ ୧୯ ବର୍ଷ ବୟସ୍କା କିଶୋରୀ ବାଳିକାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଶିଶୁ ବଜେଟ୍
ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ରେ ଶିଶୁମାନଙ୍କ ବିକାଶ ପାଇଁ ୨୩ ହଜାର ୬୬୫ କୋଟି ୭୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଯାହା ମୋଟ ବଜେଟ୍‌ର ୧୫.୮ ପ୍ରତିଶତ ଏବଂ ଜିଏସଡିପିର ୪ ପ୍ରତିଶତ ଅଟେ। ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରିତା ପାଇଁ ରାଜ୍ୟ ସହାୟତା ବାବଦରେ ୪୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ପୋଷଣ ବଜେଟ୍
ଭୁବନେଶ୍ବର: ସରକାର ପ୍ରଥମ ଥର ପାଇଁ ପୋଷଣ ବଜେଟ୍ ପ୍ରସ୍ତୁତ କରିଛନ୍ତି। ଉଭୟ ପୁଷ୍ଟି କୈନ୍ଦ୍ରୀକ ଯୋଜନା ବାବଦରେ ୫୨୧୦ କୋଟି ଟଙ୍କା ଓ ପୁଷ୍ଟି ସମ୍ବେଦନଶୀଳ ଯୋଜନା ନିମନ୍ତେ ୨୩ ହଜାର ୭୫୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୬ବର୍ଷରୁ କମ୍ ବୟସ୍କ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିସାଧନ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରଣୟନ କରାଯାଇଛି। ଅତିରିକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ ବାବଦରେ ୧୧୬୧ କୋଟି ଏବଂ ସମନ୍ବିତ ଶ୍ିଶୁ ବିକାଶ ଯୋଜନା ବାବଦ ଅର୍ଥ ମିଶି ମୋଟ ୨ ହଜାର ୩୩୪ କୋଟି ବ୍ୟୟ ବରାଦ କରାଯାଇଛି। ଏହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ପୋଷଣ ସମ୍ବେଦନଶୀଳ ଯୋଜନା ପାଇଁ ମୋଟ ବ୍ୟୟ ବରାଦର ୧୫.୮ ପ୍ରତିଶତ, ଯାହା କି ରାଜ୍ୟ ଘରୋଇ ଉତ୍ପାଦର ୪ ପ୍ରତିଶତ ଅଟେ।

ଏସ୍‌ସି-ଏସ୍‌ଟି, ପଛୁଆ ବର୍ଗଙ୍କ ବିକାଶ ଚିନ୍ତା
ଏସ୍‌ସି-ଏସ୍‌ଟିଙ୍କ ସଶକ୍ତିକରଣ ପାଇଁ ୨୩,୮୦୮ କୋଟି ଟଙ୍କା ବ୍ୟୟ ବରାଦ
ଅନୁସୂଚିତ ଜାନଜାତିଙ୍କ ପାଇଁ ୧୩,୭୭୭ କୋଟି
ଅନୁସୂଚିତ ଜାତି ବର୍ଗ ପାଇଁ ବ୍ୟୟ ହେବ ୧୦,୩୧୩ କୋଟି
ଓବିସିଙ୍କ ସାମାଜିକ ସ୍ଥିତିରେ ଉନ୍ନତି ପାଇଁ କମିସନ ଗଠନ

କ୍ରୀଡ଼ା ଓ ଯୁବସେବା
କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି ଟଙ୍କା ବ୍ୟୟ ବରାଦ
ସେଥିରୁ କ୍ରୀଡ଼ା ଭିତ୍ତିଭୂମି ପାଇଁ ୧୪୦ କୋଟି
କ୍ରୀଡ଼ା ଶିକ୍ଷା ପାଇଁ ୯୧ କୋଟି ଖର୍ଚ୍ଚ ହେବ

୭ ନୂଆ ମେଡିକାଲ୍‌ କଲେଜ ପାଇଁ ବଡ଼ ଅନୁଦାନ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ଗରିବ ପରିବାର ପିଛା ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ବାସ୍ଥ୍ୟ ବୀମା
ମହିଳା ସଦସ୍ୟାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା
ଏଥିପାଇଁ ବଜେଟ୍‌ରେ ୧,୧୦୮ କୋଟି ଟଙ୍କା ବ୍ୟୟ ବରାଦ
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ଭିତ୍ତିଭୂମି ନିର୍ମାଣ ପାଇଁ ୫୭୮ କୋଟି
ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୧,୬୫୨ କୋଟି

କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌କୁ ବିଶ୍ବସ୍ତରୀୟ ଏବଂ ଏମ୍‌ସ୍‌ ପ୍ଲସ୍‌ ପ୍ରତିଷ୍ଠାନରେ ପରିଣତ କରିବାକୁ ଲକ୍ଷ୍ୟ
ଆଗାମୀ ୨ ବର୍ଷରେ ଏଥିପାଇଁ ୧ ହଜାର କୋଟି ଟଙ୍କା ବିନିଯୋଗ ହେବ
ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ
ନିର୍ମଳ ଯୋଜନା ଅଧୀନରେ ୩୬୦ କୋଟି
ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପୁରସ୍କାର
ଜନସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଉତ୍କର୍ଷଣା ଆଣିବାକୁ ସରକାରଙ୍କ ଲକ୍ଷ୍ୟ
ଏଥିପାଇଁ ବଜେଟ୍‌ରେ ୫ କୋଟି ଟଙ୍କାର ବ୍ୟୟ ବରାଦ
ପୁରୀ, ଯାଜପରୁ, କେନ୍ଦୁଝର, ଭବାନୀପାଟଣା, କନ୍ଧମାଳ, ସୁନ୍ଦରଗଡ଼ ଓ ତାଳଚେରରେ ନୂତନ ମେଡିକାଲ କଲେଜ
ମେଡିକାଲ କଲେଜ୍‌ ବାବଦରେ ବଜେଟ୍‌ରେ ୫୬୨ କୋଟି ଟଙ୍କା ବ୍ୟୟ ବରାଦ
କର୍ମଚାରୀ ରାଜ୍ୟ ବୀମା ଯୋଜନା ପାଇଁ ୪୭ କୋଟି
ଭୁବନେଶ୍ବର ଓ ଅନୁଗୁଳ ଇଏସ୍‌ଆଇ ହସ୍ପିଟାଲ ପାଇଁ ୨୨୦ ଡାକ୍ତର ଓ ପାରାମେଡିକାଲ ପଦବି ସୃଷ୍ଟି

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି
ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ପାଇଁ ୨୨,୬୩୧ କୋଟି
ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି
ଶିକ୍ଷା ଅଭିଯାନ ବାବଦରେ ୩,୧୫୭ କୋଟି
ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି
ଏଲ୍‌ପିଜି ସଂଯୋଗ ନିମନ୍ତେ ୮ କୋଟି
ମୋ ସ୍କୁଲ କାର୍ଯ୍ୟକ୍ରମ ବାବଦରେ ୪୦ କୋଟି
ମୋ କଲେଜ୍‌ ଅଭିଯାନ ପାଇଁ ୧୦ କୋଟି
ଗଙ୍ଗାଧର ମେହେର ଶିକ୍ଷକମାନକ ବୃଦ୍ଧି ଯୋଜନା ପାଇଁ ୨୩୧ କୋଟି
ଏସ୍‌ଟି ଛାତ୍ରୀନିବାସ ଓ ସହରାଞ୍ଚଳ ଛାତ୍ରାବାସ ନିର୍ମାଣ ପାଇଁ ୨୭୭ କୋଟି
ପ୍ରେରଣା ପୋର୍ଟାଲ୍‌ ଜରିଆରେ ଛାତ୍ରବୃତ୍ତି ପ୍ରଦାନ ପାଇଁ ୧,୪୦୭ କୋଟି
ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୨୦୦ କୋଟି
ଲାପ୍‌ଟପ୍‌ ବିତରଣ ପାଇଁ ୪୫ କୋଟି
ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ପାଇଁ ୨୨୦ କୋଟି
ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ ପାଇଁ ୪୯ କୋଟି

କୃଷକ କଲ୍ୟାଣକାରୀ ବଜେଟ୍‌
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଣିଥିବା ବଜେଟ୍‌ ଏକ ଐତିହାସିକ ବଜେଟ୍‌। ସମସ୍ତ ବର୍ଗଙ୍କୁ ଏହି ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ବିଶେଷକରି ମହିଳା ସଶକ୍ତିକରଣ, କୃଷକ କଲ୍ୟାଣ ଓ ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି। ସେହିପରି କ୍ରୀଡ଼ୀ କ୍ଷେତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।
ମାନସ ମଙ୍ଗରାଜ, ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା

ନିଯୁକ୍ତି ଶୂନ୍ୟ ବଜେଟ୍‌
ରାଜ୍ୟ ସରକାରଙ୍କ ବଜେଟ୍‌ କୃଷକ ବିରୋଧୀ ଓ ନିଯୁକ୍ତି ଶୂନ୍ୟ ବଜେଟ୍‌। ଏଥିରେ କୃଷକର ବିକାଶ ହେବ ନାହିଁ କି ଫସଲର ଧାର୍ଯ୍ୟ ଦର ଚାଷୀଙ୍କୁ ମିଳିବ ନାହିଁ। ଏହାସହିତ ପ୍ରତି ବ୍ଲକରେ ଶୀତଳଭଣ୍ଡାର କିମ୍ବା ଋଣ ଛାଡ଼ ନେଇ କିଛି ବି ବ୍ୟବସ୍ଥା ନାହିଁ। କୃଷି ଓ ଜିଲ୍ଲା ଭିତ୍ତିକ ଶିଳ୍ପ ପାଇଁ କୌଣସି ଯୋଜନା ନାହିଁ। ବ୍ୟାପକ ଆତ୍ମନିଯୁକ୍ତି ସୃଷ୍ଟି କରୁଥିବା ହସ୍ତତନ୍ତ, ବୟନ ଶିଳ୍ପ ପାଇଁ ମାାତ୍ର ୨୦୦ କୋଟିର ବ୍ୟୟବରାଦ ଏକ ଉପହାସ ଭଳି।
ଦିବାକର ନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ସିପିଆଇ

ଗ୍ରାମୀଣ ନିଯୁକ୍ତି, ଜୀବିକା
ଏବଂ ମୌଳିକ ସେବା
ମନରେଗା ବାବଦରେ ୧,୫୦୧ କୋଟି
ମଜୁରୀ ବାବଦରେ ୫୦୦ କୋଟି କର୍ପସ୍‌ ପାଣ୍ଠି
ଦାଦନ ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା
ଏନ୍‌ଆର୍‌ଏଲ୍‌ଏମ୍‌ ଯୋଜନାରେ ୮୫୨ କୋଟି
ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ୍‌ ମିସନ ନିମନ୍ତେ ୮୦ କୋଟି
ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାବଦରେ ୩୦୦ କୋଟି
ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ପଞ୍ଚାୟତି ରାଜ ସଂସ୍ଥା ପାଇଁ ୨,୨୫୮ କୋଟି ପ୍ରଦାନ
ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ସୁପାରିସ କ୍ରମେ ୨,୬୪୫ କୋଟି

ମହିଳା ଓ ଶିଶୁ ବିକାଶ
ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପାଇଁ ମୋଟ ୪,୦୭୫ କୋଟି
ଯାହା ଗତ ବର୍ଷ ତୁଳନାରେ ୧୮% ଅଧିକ
ସମନ୍ବିତ ଶିଶୁ ବିକାଶ ଯୋଜନା ବାବଦରେ ୧,୧୮୪ କୋଟି
ଅତିରିକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ ବାବଦରେ ୧,୧୬୧ କୋଟି
ସମନ୍ବିତ ଶିଶୁ ସୁରକ୍ଷା ଯୋଜନା (ଆଇସିପିଏସ୍‌) ପାଇଁ ୭୭ କୋଟି
ରାଜ୍ୟ ସହାୟତା ବାବଦରେ ୪୭୪ କୋଟି
ମମତା ଯୋଜନା ପାଇଁ ୩୦୫ କୋଟି

ମିସନ ଶକ୍ତି ଯୋଜନା ଅନ୍ତର୍ଗତ ସୁଧ ରିହାତି ପାଇଁ ୧୫୦ କୋଟି
ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ବାବଦରେ ୭୩ କୋଟି
ବିଶ୍ବସ୍ତରୀୟ ପ୍ରକଳ୍ପ ପାଇଁ ବ୍ୟୟ ବରାଦ
ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ
ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ ବିଶିଷ୍ଟ କାର ପାର୍କିଂସ୍ଥଳୀ ନିର୍ମାଣ ହେବ
ମୁନିସିପାଲଟି ବଜାରର ପୁନଃଉନ୍ନତିକରଣ, ସମୁଦ୍ର ବେଳାଭୂମିରେ ଭେଣ୍ଡିଂ ଜୋନ୍‌ ଓ ସ୍ବର୍ଗଦ୍ବାର ଉନ୍ନତିକରଣ କରାଯିବ
ଏଥିପାଇଁ ଅବଢ଼ା ଯୋଜନା ଅଧୀନରେ ଖର୍ଚ୍ଚ ହେବ ୩,୨୦୮ କୋଟି
୨୦୨୦-୨୧ ପାଇଁ ଏହି ଯୋଜନା ବାବଦରେ ୬୯୫ କୋଟି ବ୍ୟୟ ବରାଦ
ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ସୋନ୍ଦର୍ଯ୍ୟୀକରଣ ପାଇଁ ୬୫ ଏକରରୁ ଅଧିକ ଜମି ଅଧିଗ୍ରହଣ
ଏ ବାବଦରେ ୭୦୦ କୋଟି ଟଙ୍କାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି
୨୦୨୦-୨୧ରେ ଏଥିପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ

କଟକ ସହର ପାଇଁ ଡିକଂଜେସନ୍‌ ପ୍ଲାନ୍‌ ପ୍ରସ୍ତୁତ
ମହାନଦୀ କୂଳରେ ୪୨୪ ଏକର ଜମିକୁ ବ୍ୟବହାର ପାଇଁ ପ୍ରସ୍ତାବ
ରିଙ୍ଗ୍‌ରୋଡ଼କୁ ୬ ଲେନ୍‌ ବିଶିଷ୍ଟ କରିବା ପାଇଁ ଯୋଜନା
ସମଲେଶ୍ବରୀ ମନ୍ଦିର, ହୀରାକୁଦ ଡ୍ୟାମ୍‌, ଭିତର କନିକା, ତାଳସରି ପାଇଁ ବଜେଟ୍‌ରେ ବ୍ୟୟ ବରାଦ
ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା
ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ୮୦୦୦ କୋଟି ବିନିଯୋଗ
ବସୁଧା ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ପାଇଁ ୩,୨୫୦ କୋଟି

ସହରାଞ୍ଚଳରେ ଜଳଯୋଗାଣ ପାଇଁ ୨୩୬ କୋଟି ବ୍ୟୟ ଅଟକଳ
ଜଳ ଜୀବନ ମିସନ ଅଧୀନରେ ୨,୦୦୦ କୋଟି ଟଙ୍କା
ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରୀତା ଓ ରକ୍ଷଣାବେକ୍ଷଣ ପାଇଁ ୫୬୦ କୋଟି
୮ଟି ଖଣି ପ୍ରଭାବିତ ଜିଲ୍ଲାରେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଓମ୍ବାଡ଼୍‌ସି ପାଣ୍ଠିରୁ ୯୯୧ କୋଟି ବ୍ୟୟ ହେବ
ସେସବୁ ଜିଲ୍ଲାରେ ଜଳଯୋଗାଣ ବାବଦରେ ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ ହେବ ୧୫୩୮ କୋଟି
୧୧୪ଟି ପୌରାଞ୍ଚଳରେ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା
ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ

ସ୍ବଚ୍ଛ ଭାରତ ମିସନ ଅଧୀନରେ ଗ୍ରାମାଞ୍ଚଳ ପାଇଁ ୫୦୦ କୋଟି
ସହରାଞ୍ଚଳ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ
ଇଲେକ୍‌ଟ୍ରୋନିକ୍‌ସ୍‌ ଓ ସୂଚନା ପ୍ରଯୁକ୍ତି ବିଦ୍ୟା
ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମି ବିକାଶ ପାଇଁ ୧୧୨ କୋଟି
ସଫ୍ଟ୍‌ୱେର ଟେକ୍ନଲୋଜି ପାର୍କ୍‌ ପାଇଁ ୧୬କୋଟି
ସରକାରୀ କୋଠା ଛାତ ଉପରେ ସୌରଶକ୍ତି ପ୍ଲାଣ୍ଟ୍‌ ପ୍ରତିଷ୍ଠା ବାବଦରେ ୩୧ କୋଟି
ପ୍ଲାନେଟୋରିୟମ୍‌ ଓ ସଂଗ୍ରହାଳୟ ଉନ୍ନୟନ ପାଇଁ ୨୫ କୋଟି ବ୍ୟୟ ଅଟକଳ

ସମ୍ବନ୍ଧିତ ଖବର