କ୍ୟାବିନେଟ୍‌ ହେଲାନି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଏକ ବୈଠକ ଆଜି ସନ୍ଧ୍ୟାରେ ବସିବାର ଥିଲା। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। କିନ୍ତୁ ସନ୍ଧ୍ୟାରେ ଏହି ବୈଠକ ହେବ ନାହିଁ ବୋଲି ସୂଚନା ମିଳିଲା। କେଉଁ ଏଜେଣ୍ଡା ବିଷୟରେ ଆଲୋଚନା କରିବାକୁ ବୈଠକ ଡକାଯାଇଥିଲା ଓ କାହିଁକି ସ୍ଥଗିତ ରଖାଗଲା, ସେ ସମ୍ପର୍କରେ ଠୋସ୍‌ ସୂଚନା ମିଳିପାରି ନାହିଁ। ଯେହେତୁ କ୍ୟାବିନେଟ୍‌ ବୈଠକ ଓ ତାହାର ଏଜେଣ୍ଡା ସମ୍ପର୍କରେ ଆଗୁଆ ଗଣମାଧ୍ୟମକୁ କେହି ବିଧିବଦ୍ଧ ସୂଚନା ଦିଅନ୍ତି ନାହିଁ, ତେଣୁ ସ୍ଥଗିତ ହେବା ନେଇ ମଧ୍ୟ କେହି ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର