ଆଜି ମନ୍ତ୍ରିପରିଷଦ ବୈଠକ, ଶୁକ୍ରବାର କ୍ୟାବିନେଟ୍‌

ଭୁବନେଶ୍ୱର : ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍‌ ପ୍ରସ୍ତାବ ଉପରେ ମୋହର ବାଜିବ। ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ବିଧାନସଭାର ମୌସୁମୀକାଳୀନ ଅଧିବେଶନରେ ପ୍ରଥମ ଦିବସରେ ହିଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରାଯିବ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କଲ୍ୟାଣକର କାର୍ଯ୍ୟକ୍ରମକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏ ନେଇ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ କୌଣସି ଆଗୁଆ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର