ଆଜି କ୍ୟାବିନେଟ୍‌: ଆସିପାରେ ୫ ପ୍ରସ୍ତାବ

ଭୁବନେଶ୍ୱର : ବିଧାୟକମାନଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ରାଶି ରାଜ୍ୟ ସରକାର ବଢାଇପାରନ୍ତି। ଆସନ୍ତାକାଲି ଅପରାହ୍ନ ୫ଟା ୪୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ଏଭଳି ଏକ ପ୍ରସ୍ତାବ ଆସୁଥିବାର ସୂଚନା ମିଳିଛି। ନିର୍ଦିଷ୍ଟ କେଉଁ କେଉଁ ଭତ୍ତା ବଢିବ, ତାହା ଜଣାପଡିନଥିଲେ ମଧ୍ୟ ଏହା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ୱ ବୋଲି ବିବେଚନା କରାଯାଉଛି। ଏଥିସହିତ ମୋଟ ୫ଟି ପ୍ରସ୍ତାବ କ୍ୟାବିନେଟ୍‌କୁ ଆସୁଥିବା ସୂଚନା ମିଳିଛି। ଏ ମଧ୍ୟରେ ସମବାୟ ଆଇନ ସଂଶୋଧନ, ନଗର ଉନ୍ନୟନ ବିଭାଗର କେତେକ ପ୍ରକଳ୍ପ ଉପରେ ଟେଣ୍ଡର ପ୍ରସ୍ତାବ ଆଦି ରହିଛି।

ସମ୍ବନ୍ଧିତ ଖବର