+୩ ଓ ପିଜି ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ବାତିଲ୍‌ କଲେ ରାଜ୍ୟ ସରକାର, ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଉତ୍ତୀର୍ଣ୍ଣ କରାଯିବ

ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର +୩ ଛାତ୍ରଛାତ୍ରୀମାନଙ୍କର ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍‌ ଓ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କର ଦ୍ବିତୀୟ ସେମିଷ୍ଟାର୍‌କୁ ବାତିଲ୍‌ କରିଛନ୍ତି।

ଏ ସଂପର୍କରେ ସୂଚନା ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି କି ‘ବିକଳ୍ପ ବ୍ୟବସ୍ଥା ଦ୍ବାରା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାଙ୍କନ କରି ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ।’

ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ଭାଇସଚାନ୍‌ସେଲର୍‌ଙ୍କ ସହ ମନ୍ତ୍ରୀଙ୍କର ହୋଇଥିବା ଭିଡିଓ କନ୍‌ଫରେନ୍ସଂ ବୈଠକ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଛି।


Kalinga TV

ଏଥିସହିତ ଯୁକ୍ତ ୩ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ୨୫ ପ୍ରତିଶତ ସିଲାବସ୍‌ ଛାତ୍ରଛାତ୍ରୀମାନେ ୟୁଜିସି ସର୍ତ୍ତାବଳୀ ଅନୁସାରେ ନିଜେ ଅଧ୍ୟୟନ କରିବେ ବୋଲି ମଧ୍ୟ ବୈଠକରେ କୁହାଯାଇଛି।

ଏହାଛଡ଼ା ପିଲାମାନଙ୍କ ମନରେ ଯଦି କିଛି ଦ୍ବନ୍ଦ୍ବ ଥାଏ ତେବେ ତାହାକୁ ଅଧ୍ୟାପକମାନେ ଟିଉଟରିଆଲ୍‌ କ୍ଲାସ୍‌ରେ ଦୂର କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର