ଓଡ଼ିଶା ପାଳନ କରୁଛି ପ୍ରଥମ କଇଁଛ ଉତ୍ସବ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଓଡ଼ିଶା କଇଁଛ ଉତ୍ସବ ଆୟୋଜନ କରାଯାଇଛି ଯାହାକୁ ଦେଖିବା ପାଇଁ କଇଁଛ ପ୍ରେମୀ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେଉଛି। ବିଲୁପ୍ତ ପ୍ରାୟ ଅଲିଭ ରିଡ୍‌ଲେ କଇଁଛକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କକ୍ସ ଆଣ୍ଡ କିଙ୍ଗସ୍‌ର ଦାତବ୍ୟ ସଂସ୍ଥା କକ୍ସ ଆଣ୍ଡ କିଙ୍ଗସ ଫାଉଣ୍ଡେସନ ପକ୍ଷରୁ ହ୍ୟୁମାନେ ସୋସାଇଟି ଇଣ୍ଟରନ୍ୟାସନାଲ / ଇଣ୍ଡିଆ (ଏଚଏସଆଇ/ଇଣ୍ଡିଆ) ଓ ଆକ୍ସନ ଫର ପ୍ରୋଟେକ୍ସନ ଅଫ୍‌ ୱାଇଲ୍ଡ ଆନିମଲସ (ଏପିଓଡବ୍‌ଲ୍ୟୁଏ) ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଛି। ଉତ୍ସବରେ ଆକର୍ଷଣୀୟ ଷ୍ଟଲ ସମେତ ବାଳକୁା କଳା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଛି ଯାହା ବେଳାଭୂମୀକୁ ଜୀବନ୍ତ କରିପାରିଥିବା ବେଳେ ଅଲିଭ ରିଡ୍‌ଲେ ସଂରକ୍ଷଣର ପ୍ରସାର କରୁଛି। ଓଡ଼ିଶାକୁ ସର୍ବାଧିକ ଅଲିଭ ରିଡ୍‌ଲେଙ୍କ ଆଗମନ ହୋଇଥାଏ।

୨୦୧୮ ଅକ୍ଟୋବର ପରଠାରୁ ନିୟୁତାଧିକ ଅଲିଭ ରିଡଲେ ପହଞ୍ଚିଛି । ଏହି ଜୀବନକୁ ଇଣ୍ଟରନ୍ୟାସନାଲ ୟୁନିଅନ ଫର କଂଜରଭେସନ୍‌ ଅଫ ନେଚର (ଆଇୟୁସିଏନ) ପକ୍ଷରୁ ସମ୍ବେଦନଶୀଳ ଜୀବ ଭାବେ ଘୋଷଣା କରାଯାଇଛି ଯାହା ବିଲୁପ୍ତ ସ୍ତର ପାଖାପାଖି ପହଞ୍ଚିଯାଇଛି। ତେଣୁ ସେମାନଙ୍କ ସଂରକ୍ଷଣ ପାଇଁ ବିଭିନ୍ନ ଅଂଶୀଦାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ପ୍ରତିବର୍ଷ ଶ୍ରୀଲଙ୍କା ଓ ମାଳଦ୍ୱୀପରୁ ଦୁଇ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ଅଲିଭ ରିଡଲେ କଇଁଛ ଓଡ଼ିଶା ଉପକୂଳକୁ ଆସିଥାନ୍ତି । ପ୍ରତି କଇଁଛ ୧୦୦ ଲେଖାଏଁ ଅଣ୍ଡା ଦିଅନ୍ତି । ୪୫ ଦିନ ପରେ ଅଣ୍ଡା ଭିତରୁ ଛୁ୍ରଆମାନେ ବାହାରି ସମୁଦ୍ର ଆଡ଼କୁ ମାଡ଼ିଚାଲନ୍ତି ।

ସମ୍ବନ୍ଧିତ ଖବର