ଏବେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ମାଗଣା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରିସର ବଢିଲା, ସବୁ ମେଡିକାଲ କଲେଜକୁ ବି ସାମିଲ କଲେ ସରକାର, ଫେବ୍ରୁଆରୀ ପହିଲାରୁ ଲାଗୁ, ରକ୍ତ ପାଇଁ ବି ଅର୍ଥ ନାହିଁ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରିସରକୁ ଆଉ ଟିକିଏ ବଢାଇଛନ୍ତି। ଆସନ୍ତା ଫେବ୍ରୁଆରି ପହିଲାରୁ ଏହି ଯୋଜନାରେ ସବୁ ମେଡିକାଲ କଲେଜକୁ ସାମିଲ କରାଯିବ। ଉଭୟ ଏପିଏଲ ଓ ବିପିଏଲ ବର୍ଗର ରୋଗୀଙ୍କୁ ସରକାର ଏହି ଯୋଜନାରେ ମେଡିକାଲ କଲେଜମାନଙ୍କରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ସରକାର ସ୍ଥିର କରିଛନ୍ତି, ଯେ କୌଣସି ବର୍ଗ ଚିକିତ୍ସା ସମୟରେ ରକ୍ତ ଆବଶ୍ୟକ କଲେ, ତାଙ୍କୁ ଏଣିକି ରକ୍ତଭଣ୍ଡାରରୁ ମାଗଣାରେ ରକ୍ତ ଯୋଗାଇ ଦିଆଯିବ।

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ସରକାର କାହିଁକି ଲାଗୁ କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିେଜପି ନେତାମାନେ ପ୍ରଶ୍ନ ପରେ ପ୍ରଶ୍ନ ଫିଙ୍ଗୁଛନ୍ତି। ଠିକ ଏତିକି ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରିସର ବୃଦ୍ଧି କରି ତାଙ୍କ ଯୋଜନା ଯେ କେନ୍ଦ୍ର ଠାରୁ ବହୁତ ଭଲ, ଏକଥା ନବୀନ ପୁଣି ଥରେ ପରୋକ୍ଷରେ ଜଣାଇବାକୁ ଚାହିଁଛନ୍ତି।

ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମାଗଣା ଚିକିତ୍ସା ସୁବିଧା କେବଳ ଗ୍ରାମୀଣ ସ୍ତରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପର୍ଯ୍ୟନ୍ତ ମିଳୁଥିଲା। େସହିଭଳି ପୂର୍ବରୁ ସରକାରୀ ରକ୍ତଭଣ୍ଡାରରେ ରକ୍ତ ପାଇବା ପାଇଁ ପ୍ରୋସେସିଂ ଫି ବାବଦରେ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ ରାଜ୍ୟରେ ଥିବା ୫୬ଟି ସରକାରୀ ରକ୍ତ ଭଣ୍ଡାରରୁ ବିନା ଫିରେ ଜଣେ ବ୍ୟକ୍ତି ରକ୍ତ ପାଇପାରିବେ।

ଘରୋଇ ମେଡିକାଲରେ ବିଜୁ କୃଷକ କଲ୍ୟାଣ େଯାଜନା, ରାଷ୍ଟ୍ରୀୟ କୃଷି ବୀମା େଯାଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା କାର୍ଡ଼ ଧାରୀଙ୍କୁ ମାଗଣା ରକ୍ତ ସହ ମାଗଣା ଚିକିତ୍ସା ସୁବିଧା ମିଳିବ। ଏସବୁ କାର୍ଡ ନଥିବା ବ୍ୟକ୍ତି ଯଦି ଗରିବ ଶ୍ରେଣୀର େହାଇଥାନ୍ତି ଓ ଆୟ ପ୍ରମାଣପତ୍ର ଦେଖାନ୍ତି, ତାଙ୍କୁ ମଧ୍ୟ ମାଗଣା ଚିକିତ୍ସା େଯାଗାଇ ଦେବାକୁ ଘରୋଇ େମଡିକାଲ ବାଧ୍ୟ। ସେହିଭଳି ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ କିଡନି ଅଙ୍ଗ ପ୍ରତିରୋପଣ ବାବଦରେ କୌଣସି ବର୍ଗର ରୋଗୀଙ୍କୁ ଟଙ୍କାଟିଏ ମଧ୍ୟ ଦେବାକୁ ପଡ଼ିବ ନାହିଁ। ଅଥଚ ଘରୋଇ ମେଡିକାଲ କଲେଜରେ ଏହି ସୁବିଧା କେବଳ ଗରିବ କାର୍ଡ଼ଧାରୀଙ୍କୁ ମିଳିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହୋଇଛି। ବିଏସକେଵାଇ ଯୋଜନା ଅନ୍ତର୍ଭୁକ୍ତ ମାଗଣା ଚିକିତ୍ସା ପାଇଁ କୌଣସି ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ବିନା ଜଣେ ବ୍ୟକ୍ତି ମାଗଣାରେ ଡାକ୍ତରଖାନାରେ ଶଯ୍ୟା ଚିକିତ୍ସା ପାଇବା ସହ, ଅସ୍ତ୍ରୋପଚାର, ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଡାକ୍ତରୀ ସାମଗ୍ରୀ ଓ ଆଇସିୟୁ ବ୍ୟବସ୍ଥା ପାଇପାରୁଛନ୍ତି। ଯେଉଁଥିପାଇଁ ସରକାର ରାଜ୍ୟ ବଜେଟରେ ୧୦୦ କୋଟିର ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧିତ ଖବର