ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି!

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶଗଡ଼ ବିଳାସପୁରର କେନ୍ଦ୍ରୀୟ ଜେଲ୍‌ରୁ ଧମକପୂର୍ଣ ଚିଠି ଆସିଥିବା ନେଇ ‘ନଇ ଦୁନିଆ’ ନାମକ ଏକ ଓ୍ଵବପୋର୍ଟାଲରେ ଖବର ପ୍ରକାଶ ପାଇଛି। ତେବେ କିଏ କାହିଁକି ଧମକ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ଖବର ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏମିତି ଏକ ଧମକପୂର୍ଣ ଚିଠି ମିଳିବା ପରେ ଛିତଶଗଡ଼ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏନେଇ ବିଳାସପୁର ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର