ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ !

0 283

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନରୁ ମାରି ଦେବାକୁ ଆସିଛି ଧମକପୂର୍ଣ୍ଣ ଚିଠି। ଛତିଶଗଡ ଜେଲରୁ ନବୀନଙ୍କୁ ହତ୍ୟା ଧମକ ଦେଇଛନ୍ତି ଜଣେ କୁଖ୍ୟାତ ଅପରାଧୀ। ବିଳାସପୁର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ ଏକ ଚିଠି ଜରିଆରେ ନବୀନ ପଟ୍ଟନାୟକଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି।

ବିଳାସପୁରର କେନ୍ଦ୍ରୀୟ କାରାଗାରରେ ବନ୍ଦ ଥିବା କୁଖ୍ୟାତ ଡକାୟତ ପୁଷ୍ପେନ୍ଦ୍ର ଚୌହାନ ଏଭଳି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି। ଏପରିକି ଚିଠିଟି ନିଜେ ଲେଖିଥିବା ସ୍ୱୀକାର ମଧ୍ୟ କରିଛି ପୁଷ୍ପେନ୍ଦ୍ର। ବ୍ୟାଙ୍କ ଲୁଟ ମାମଲାରେ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଜେଲ ପରିସରରୁ ଏଭଳି ଚିଠି ଆସିବା ପରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏଭଳି ଏକ ଖବର ହିନ୍ଦି ନ୍ୟୁଜ ୱେବସାଇଟ ଦୈନିକ ଜାଗରଣରେ ପ୍ରକାଶ ପାଇଛି। ତେବେ ଏନେଇ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏଭଳି ଏକ ଚିଠି ଆସିଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପରିକି ଛତିଶଗଡ ସରକାରଙ୍କୁ ମଧ୍ୟ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଓଡିଶା ସରକାର। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିବାକୁ କାହିଁକି ଜଣେ କଏଦୀ ଧମକ ଦେଇଛି ତାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ଛତିଶଗଡ ପୁଲିସ ପକ୍ଷରୁ ତଦନ୍ତ ଶେଷ ହେବା ପରେ କେଉଁ ଉଦ୍ଦେଶ୍ୟରେ ଉକ୍ତ ଅପରାଧୀ ଜଣକ ନବୀନଙ୍କୁ ମାରିବାକୁ ଧମକପୂର୍ଣ୍ଣ ଚିଠି ଲେଖିଥିଲେ ତାହା ଉପରୁ ପରଦା ଉଠିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.