ଗୋଳମାଳିଆ ଧରିଲାଣି କଂଗ୍ରେସ ରାଜନୀତି

ନିଲମ୍ବନ ପରେ ହାତ ଛାଡ଼ିଲେ ଯୋଗେଶ, ଉପା ମନ୍ତ୍ରୀ ବି ନବୀନଙ୍କୁ ପ୍ରଶଂସା କରୁଥିଲେ, ଶୃଙ୍ଖଳା କମିଟି ନିଷ୍ପତ୍ତି ଠିକ୍ କହିଲେ ସଭାପତି

ଭୁବନେଶ୍ବର : ଗୁରୁବାର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ୨୪ ଘଣ୍ଟା ବିତିନି, ଯୋଗେଶ ଆଜି କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇ େସଥିରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ଯୋଗେଶ। କେବଳ ସେତିକି ନୁହେଁ, କଂଗ୍ରେସ ଶୃଙ୍ଖଳା କମିଟିର ନିଷ୍ପତ୍ତିକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ବିଧାୟକ ପଦରୁ ଇସ୍ତଫା ଦେଉଥିବା ସଂପର୍କରେ ରାହୁଲଙ୍କୁ ଅବଗତ କରିଛନ୍ତି। ତେବେ ରିେପାର୍ଟ ଲେଖା ହେବା ପର୍ଯ୍ୟନ୍ତ ଯୋଗେଶ ବିଧାୟକ ପଦରୁ ଇସ୍ତଫା ଦେଇନଥିବା ବିଧାନସଭା ସୂତ୍ରରୁ ଜଣାପଡିଛି।

ଅନ୍ୟପଟରେ ଯୋଗେଶ ଇସ୍ତଫାକୁ ନେଇ କେଂଗ୍ରସ ଆଭ୍ୟନ୍ତରୀଣ ରାଜନୀତିରେ ପୁଣି ଥରେ କମ୍ପନ ସୃଷ୍ଟି ହୋଇଛି। ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣଚନ୍ଦ୍ର ଶଗରିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି କିନ୍ତୁ ମୁହଁ ତୋଡ଼ ଜବାବ ଦେଇଛି।

େଯାଗେଶ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଦେଶର ଜଣେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବାରେ କେଉଁଠି ଭୁଲ୍‌ ରହିଲା? ପୂର୍ବରୁ ୟୁପିଏ ସରକାର ସମୟରେ ବି ଅନେକ ମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରି ବକ୍ତବ୍ୟ ରଖିଛନ୍ତି। ଯଦି ସେତେବେଳେ ଏହା ଭୁଲ ନଥିଲା, ତେବେ ଏବେ କେମିତି?

ରାହୁଲଙ୍କ ଗସ୍ତ ସମ୍ପର୍କରେ ଯୋଗଦେବା ନେଇ ଯୋଗେଶ ସଫେଇ ଦେଇ କହିଛନ୍ତି, ୨୫ ତାରିଖ ସମାବେଶରେ ଯୋଗଦେଇପାରିବେ ନାହିଁ ବୋଲି ସେ କହିସାରିଥିଲେ। ନିଜ ନିର୍ବାଚନମଣ୍ଡଳୀରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେେବ ନାହିଁ ବୋଲି ଜଣାଇଥିଲେ। ଏହା କିଭଳି ଦଳ ବିରୋଧୀ କାମ ହେଲା?

ଶ୍ରୀ ସିଂହ କହିଛନ୍ତି, ଦୀର୍ଘ ୧୭ ବର୍ଷ ହେଲା କଂଗ୍ରେସରେ ରହି ସେ କାମ କରୁଥିଲେ। ହେଲେ ବିନା ନୋଟିସ୍‌ରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାରୁ ଏମିତି ଏକ ଦଳରେ ତାଙ୍କର ରହିବାର କୌଣସି ଆବଶ୍ୟକତା ନାହିଁ। ଏଣୁ ସେ କଂଗ୍ରେସରୁ ଇସ୍ତଫା େଦଉଛନ୍ତି ଓ ବିଧାୟକ ପଦ ଛାଡୁଥିବା କହିଛନ୍ତି।

ସେପଟେ, ବିଧାୟକ ନବ କିେଶାର ଦାସ ଓ ଯୋଗେଶ ସିଂହ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ରଖିଛନ୍ତି ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ଆଜି ଗଣମାଧ୍ୟମକୁ ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେବା ବେଳେ ସେ କହିଛନ୍ତି, ନେତା ନୁହେଁ ଦଳ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇ ଜଣ ଦଳରୁ ଯିବା ପରେ ଏହାର ପ୍ରଭାବ କିଛି ବି ପଡିବ ନାହିଁ। ଯୋଗେଶ ସିଂହଙ୍କ କ୍ଷେତ୍ରରେ ଶୃଙ୍ଖଳା କମିଟି ନିଷ୍ପତ୍ତିକୁ ନିରଞ୍ଜନ ଠିକ୍ େବାଲି ଦର୍ଶାଇଥିବା ବେଳେ, ସେ ବିଜେଡି ସହ ଯୋଗାଯୋଗରେ ଥିବା େନଇ ସ୍ପଷ୍ଟ ଖବର ଥିଲା େବାଲି କହିଛନ୍ତି। ସେହିଭଳି ଝାରୁସୁଗୁଡାରେ ବିକଳ୍ପ ପାଇଁ ବହୁତ ଲୋକ ଅଛନ୍ତି। ୧୫ ତାରିଖରେ ନବଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ୧୬ ତାରିଖ ନବଙ୍କୁ ବହିଷ୍କାର କରାଯାଇଛି। ଆବଶ୍ୟକ ପଡିଲେ ସାଙ୍ଗଠନିକ ପୁନଃବିନ୍ୟାସ ହେବ ବୋଲି ବି ନିରଞ୍ଜନ ସଙ୍କେତ ଦେଇଛନ୍ତି।

ସେହିଭଳି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସମ୍ପର୍କରେ ନିରଞ୍ଜନ ଆଜି ତାଙ୍କ ଆଭିମୁଖ୍ୟ ରଖିଛନ୍ତି। କହିଛନ୍ତି, ସଗରିଆଙ୍କ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଶୃଙ୍ଖଳା କମିଟିରେ ଆଲୋଚନା ହୋଇଛି। ସେ ଟିକେଟ ପାଇବେ କି ନ ପାଇବେ ତାହା ପରବର୍ତ୍ତୀ କଥା। କିନ୍ତୁ ସେ ଶୃଙ୍ଖଳିତ ଆଚରଣ ଅବଲମ୍ବନ ନ କରିବା ପର୍ଯ୍ୟନ୍ତ ତାଙ୍କ କଥା କିପରି ବିଚାର ହେବ? ଇତିମଧ୍ୟରେ ସେ ଯଦି ନିଜକୁ ସଂଶୋଧିତ କରିବେ ଓ କଂଗ୍ରେସ ଦଳ ସହ ସାମିଲ ହୋଇ ରହିବେ ତାହାହେଲେ ତାଙ୍କର ସମ୍ଭାବନା ଅଛି। ଏମିତି ସୂଚାଇ ନିରଞ୍ଜନ ପରୋକ୍ଷରେ ସୂଚାଇ ଦେଇଛନ୍ତି େଯ ଶଗରିଆ ଯେଭଳି ଭାବରେ ଦଳ ବିରୋଧୀ ମତ ରଖୁଛନ୍ତି, ସେଥିରେ ତାଙ୍କୁ ଟିକେଟ ମିଳିବାର ସମ୍ଭାବନା କ୍ଷୀଣ।

ହେଲେ ନିରଞ୍ଜନଙ୍କ ଏହି ପ୍ରତିକ୍ରିୟା ପରେ ଶ୍ରୀ ଶଗରିଆ ସିଧା ସିଧା ପିସିସି ସଭାପତିଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି। କହିଛନ୍ତି, ପିସିସି ସଭାପତି କିଏ କହିବାକୁ ଯେ କିଏ ଟିକେଟ ପାଇବେ କି ନାହିଁ? ଏଭଳି ନିଷ୍ପତ୍ତି ନେବାର ଅଧିକାର ତାଙ୍କୁ ଦେଲା କିଏ ? କିଏ ଟିକେଟ ପାଇବ ସେଥିନେଇ ପିସିସି ସଭାପତି ଖାଲି ସୁପାରିସ କରିବେ। ଯାହା ନିଷ୍ପତ୍ତି ନେବା କଥା ଏଆଇସିସି ନେବ। ନିରଞ୍ଜନ ବାବୁ ବୋଧହୁଏ ଭାବୁଛନ୍ତି କଂଗ୍ରେସ ତାଙ୍କର ପୈତୃକ ସମ୍ପତ୍ତି। ନିରଞ୍ଜନଙ୍କ ଆଚରଣ ନେଇ ସେ ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଉଛନ୍ତି। ଏହି ମହଲର ଯୁକ୍ତି େହଉଛି, ଅନ୍ତତଃ ୨୦୧୪ରେ କଂଗ୍ରେସ େନତାମାନେ େଶଷମୁହୂର୍ତରେ େଯମିତି ଧୋକା େଦଇଥିଲେ, ଏଥର ସେମିତି ପରିସ୍ଥିତି ନାହିଁ। ତା େହାଇଥିଲେ, କଂଗ୍ରେସ ସେଠାରେ ବିକଳ୍ପ େନତୃତ୍ବ ପାଇଁ ପ୍ରସ୍ତୁତି କରିବାରେ ବିଫଳ େହାଇଥାନ୍ତା। ହେଲେ ତିନି ତିନିଟି ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ପରେ କାହିଁକି ଆଞ୍ଚଳିକ ଦଳ ମୁହାଁ େହଉଛନ୍ତି, ତାହା କଂଗ୍ରେସ ଭାବିବା ଉଚିତ୍। ଏହାଦ୍ବାରା ଆଉ କିଛି େହଉ କି ନ େହଉ, କଂଗ୍ରେସ ସମେତ ବିରୋଧୀ ନେତାମାନେ ବିେଜଡି ଜିତିବା ଦଳ େବାଲି ସାର୍ଟିଫିେକଟ ଧରାଉଛନ୍ତି। ଯାହାର ପ୍ରଭାବ କେବଳ ସେହି ନିର୍ବାଚନମଣ୍ଡଳୀ ନୁହେଁ, ଅନ୍ୟ ନିର୍ବାଚନମଣ୍ଡଳୀ ଉପରେ ବି ରଖିପାରେ।

ସମ୍ବନ୍ଧିତ ଖବର