ତୈଳ ଦର ବୃଦ୍ଧିର ପ୍ରତିବାଦ : କଂଗ୍ରେସର କଟକ-ଭୁବନେଶ୍ୱର ରାସ୍ତା ଅବରୋଧ, ପ୍ରଧାନମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଫୁଲନଖରା : ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ପକ୍ଷରୁ ଗୋପାଳପୁର ବାଲିକୁଦା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ଯୋଗୁଁ ଦୀର୍ଘ ସମୟ ଧରି କଟକ-ଭୁବନେଶ୍ୱର ରାଜପଥ ଜାମ୍‌ ହୋଇଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପୁଲିସ ରାସ୍ତାରୋକ ହଟାଇବାକୁ ଉଦ୍ୟମ କଲା ବେଳେ କଂଗ୍ରେସ କର୍ମୀଙ୍କ ସହ ଠେଲାପେଲା ହୋଇଥିଲା।

ନଗର କଂଗ୍ରେସ ସଭାପତି ଇଂଜିନିୟର ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ ସତ୍ୟାନନ୍ଦ ରାଉତ, ନିକୁଞ୍ଜ ପଶାୟତ, ବିରେନ୍ଦ୍ର ଦାସ, ଆକାଶ ଭୂୟାଁ, ସନ୍ତୋଷ ବଳ, ସନ୍ତୋଷ ଭୋଳ, ତ୍ରିଲୋଚନ ମହାନ୍ତି, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ, ନିରଞ୍ଜନ ନାୟକ, ନିରଞ୍ଜନ ଦାସ, କର୍ପୋରେଟର ଅରୁଣ ସେଠୀ, ସେକ ସମ୍ମିଉଲ୍ଲା, ଚାରୁଲତା ସାହୁ, ଗୌରୀ ଦାସ, ଅନିତା ନାୟକ, କଂଗ୍ରେସ ନେତା ମହମ୍ମଦ ଆଲିମ, ପ୍ରଦୀପ ପ୍ରଧାନ, ଶୈଳବାଳା ଜେନା, ଆର୍ଯ୍ୟବୀର ଲେଙ୍କା, ୱାଲିଦ ପଟେଲ, ସେକ ଜିଆଉଦ୍ଦୀନ, ରାକେଶ ମହାରଣା, ସୁକାନ୍ତ ସାହାଣି, କିଶୋର କର, ଶରତ ସେଠୀ, ଗିରିଜା ଶଙ୍କର ଛୋଟରାୟ, ସୁଧୀର ଦାସ, ମାନସ ପରିଡା, ସୁରଜୀତ ସାହୁ, ସୋନୁ ସ୍ୱାଇଁ, ବିକି ଚକ୍ରବର୍ତ୍ତିି, ସେକ ଗୁଲାମମୋଇଦ୍ଦିନ, ହରେକୃଷ୍ଣ ବେହେରା, ଜାଫର ବକ୍ସ, ଗୁଲଜାର ଅହମ୍ମଦ, ଦିଲ୍ଲୀପ ମହାନ୍ତି, ରମଜାନ ଅଲ୍ଲୀ, ସାହିଲ ପରଭେଜ, ଲିଜାରାଣୀ ରାଉତ, ଶ୍ରୀୟା ସଂବେଦନା, ବିଦ୍ୟାଶ୍ରୀ ପରିଡା, ଇଶରତ ଜାହାନ, ଅଙ୍ଗୁରୀ ବେଗମ, ଭାରତୀ ଦାସ, ବିକି ଶର୍ମା, ପ୍ରଶାନ୍ତ ମହାନ୍ତି, ଅନିଲ ବେହେରା, ସେକ ୱାଜିଦ, ସୟଦ ଏକ୍ରାମୂଳ ହକ, ହବିବ ଖାନ, ଉପେନ୍ଦ୍ର ନାୟକ, ଅନ୍ତର୍ଯ୍ୟାମୀ ପ୍ରଧାନ, ସୋମନାଥ ମହାରଣା, ସେକ ଶିକୋ, ଅସିଦ ଖାନ, ରବୀନ୍ଦ୍ର ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର