ଡିଜିଙ୍କ ପତ୍ନୀବିୟୋଗ

ଭୁବନେଶ୍ୱର : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ(ଡିଜି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କର ପତ୍ନୀ ତୁଷାର ଶର୍ମାଙ୍କର ଅକାଳ ବିୟୋଗ ଘଟିଛି। ଆଜି ସକାଳେ ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍‌ପିଟାଲରେ ୫୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ମାର୍ଚ୍ଚ ୨୩ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର କେୟାର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ସେ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା‌। ଅବସ୍ଥା ସଂକଟାପନ୍ନ ହେବାରୁ ଏପ୍ରିଲ ୨ ତାରିଖରେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ବେ ତାଙ୍କର ଜୀବନ ରକ୍ଷା ହୋଇପାରିନଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ଝିଅ ଓ ସ୍ବାମୀ ପୁଲିସ ଡିଜି ଶ୍ରୀ ଶର୍ମା ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ବିଭାଗର ବଡ଼ ବଡ଼ ଅଧିକାରୀମାନେ ଶେଷ ଦର୍ଶନ ପାଇଁ ସାର୍‌ ଗଙ୍ଗାରାମ ହସ୍‌ପିଟାଲ‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର