ଆର୍ଥିକ ପରିଚାଳନାକୁ ପ୍ରଶଂସା କଲା ଆଇଏମ୍ଏଫ୍, ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ୍

ବଜେଟ୍ ଆକାର ବଢିଛି ୧୮ଗୁଣା, ଏବେ ବଳକା ରାଜ୍ୟ

ଭୁବନେଶ୍ବର : ଉତ୍ତମ ଆର୍ଥିକ ସଂସ୍କାର ଓ ପରିଚାଳନା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ବୈଷୟିକ ପ୍ରସ୍ତୁତି ଓ ପ୍ରଶାସନିକ ନିଷ୍ଠା ଓଡ଼ିଶା ସରକାରଙ୍କର ରହିଛି। ଏ ଦିଗରେ ବର୍ତମାନ ପର୍ଯ୍ୟନ୍ତ େହାଇଥିବା ଅଗ୍ରଗତି ଉଲ୍ଲେଖନୀୟ। ଓଡ଼ିଶାର ଆର୍ଥିକ ସଂସ୍କାର ଦିଗ ସଠିକ୍ ଓ ବିକାଶମୂଳକ। ଓଡ଼ିଶା ସରକାରଙ୍କ ହାତରେ ଏଭଳି ସାର୍ଟିଫିକେଟ୍ ବା ପ୍ରମାଣ ପତ୍ର ଧରାଇଛନ୍ତି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରତିନିଧି ଦଳର ନେତୃତ୍ବ େନଉଥିବା ଏସିଆ-ପ୍ରଶାନ୍ତ ଅଞ୍ଚଳର ଉପ ନିର୍ଦେଶକ ଆନେ ମୁରିଏ ଗୁଲଡେ।

ରାଜ୍ୟ େଲାକସେବା ଭବନରେ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଲକ୍ଷ୍ୟ ଭିତ୍ତିକ ବଜେଟ୍ ପ୍ରସ୍ତୁତି, ଆର୍ଥିକ େଯାଜନା, ବିତ୍ତୀୟ ଉତ୍ତରଦାୟୀ ପରିଚାଳନା ଆଇନ୍, ଆର୍ଥିକ ଆପଦ ପରିଚାଳନା, ନଗଦ ଅର୍ଥ ପରିଚାଳନା, ସାଧାରଣ େଟ୍ରଜେରି ପରିଚାଳନା, ଇ-ପ୍ରୋକ୍ୟୁରମେଣ୍ଟ ଓ ପ୍ରତିଶ୍ରୁତି ପୂରଣ ଭିତ୍ତିକ ଆର୍ଥିକ ପରିଚାଳନା ଆଦିର କାର୍ଯ୍ୟାନ୍ବୟନ େନଇ ଆେଲାଚନା େହାଇଥିଲା। ବୈଠକରେ ଉପସ୍ଥିତ ଥିବା ଆଇଏମଏଫ୍ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ତଥା ଦକ୍ଷିଣ-ଏସିଆ ତାଲିମ ଓ ବୈଷୟିକ ସହାୟତା େକନ୍ଦ୍ରର ନିର୍ଦେଶକ ସୁଖଵିନ୍ଦର ସିଂହ କହିଥିଲେ ଯେ ଏସବୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ଓଡ଼ିଶା କାର୍ଯ୍ୟାନ୍ବୟନ ପଦ୍ଧତି ଜାତୀୟସ୍ତରରେ ଏକ ଆଦର୍ଶ ନମୁନା। ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହା ଅନୁକରଣୀୟ।

ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଲକ୍ଷ୍ୟ ଭିତ୍ତିକ ବଜେଟ୍ ପ୍ରସ୍ତୁତି ଓ ପ୍ରତିଶ୍ରୁତି ପୂରଣ ଭିତ୍ତିକ ଆର୍ଥିକ ପରିଚାଳନା ସଂପର୍କରେ ସୂଚନା େଦଇଥିଲେ। ଶ୍ରୀ ମୀନା କହିଥିଲେ ଯେ ଏଣିକି ସମସ୍ତ ବିଭାଗ ନିମନ୍ତେ ଅର୍ଥ ବିଭାଗ େଯାଜନା ପ୍ରସ୍ତୁତ କରିବେ ନାହିଁ। ବରଂ ଅର୍ଥ ବିଭାଗ ସବୁ ବିଭାଗ ପାଇଁ କେବଳ ଆପାତତଃ ଆର୍ଥିକ ସୀମା ଜଣାଇଦେବେ। ବିଭାଗମାନେ ନିଜ ନିଜର ଅଗ୍ରାଧିକାର ବିଷୟ ନିର୍ଧାରଣ କରି ବିଭିନ୍ନ କାର୍ଯ୍ୟକ୍ରମ ଓ ପରିେଯାଜନା ନିମନ୍ତେ ଅର୍ଥ ଆବଣ୍ଟନ କରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଅର୍ଥନୀତି ସଂପର୍କରେ ଏହି ଅବସରରେ ଏକ ବିଶଦ ରିେପାର୍ଟ ଉପସ୍ଥାପନ କରାଯାଇଥିଲା। ଅର୍ଥ ବିଭାଗ ତଥ୍ୟ ରଖିଥିଲେ ଯେ ରାଜ୍ୟ ବଜେଟ୍ କଳେବର ୨୦୦୧-୦୨ ମସିହାରେ ୧୮ ହଜାର ୫୧୨ େକାଟି ୫୨ଲକ୍ଷ ଟଙ୍କା ଥିଲା। ୨୦୧୯-୨୦ରେ କିନ୍ତୁ ଏହା ପ୍ରାୟ ୧୮ ଗୁଣା ବୃଦ୍ଧି ପାଇ ୧ଲକ୍ଷ ୩୯ ହଜାର େକାଟି ଛୁଇଁଛି। ବର୍ତମାନ ଓଡ଼ିଶା ଏକ ବଳକା ରାଜସ୍ବ ରାଜ୍ୟରେ ପରିଣତ େହାଇଛି। ୨୦୦୧-୨୦ରେ ରାଜସ୍ବ ନିଅଣ୍ଟ ଥିଲା। ସମୁଦାୟ ଘରୋଇ ଉତ୍ପାଦନର ଏହା ବିଯୁକ୍ତ ୫.୪୮% ଥିଲା। ଏହି ନିଅଣ୍ଟ ବ୍ୟବସ୍ଥା ଅତିକ୍ରମ କରି ଓଡ଼ିଶା ଏବେ ୧.୨୫% ବଳକା ରାଜସ୍ବ ହାସଲ କରିଛି।

ଅର୍ଥ ବିଭାଗ ଆହୁରି ଯୁକ୍ତି ରଖିଥିଲା େଯ ରାଜ୍ୟର ଋଣଭାର ସମୁଦାୟ ଘରୋଇ ଉତ୍ପାଦନର ୪୬.୪୮%(୨୦୦୧-୦୨)ରୁ ହ୍ରାସ ପାଇ ଚଳିତ ଆର୍ଥିକ ବର୍ଷରେ ୧୯.୭%ରେ ପହଞ୍ଚିଛି। ଅନୁରୂପ ଭାବେ ଭିତ୍ତିଭୂମି ବିକାଶ ନିମନ୍ତେ ପୁଞ୍ଜି ବିନିେଯାଗ ୧.୭୨% (୨୦୦୧-୦୨)ରୁ ବୃଦ୍ଧି ପାଇ ଚଳିତ ବର୍ଷରେ ସମୁଦାୟ ଘରୋଇ ଉତ୍ପାଦନର ୪.୫୩%ରେ ପହଞ୍ଚିଛି।

ବୈଠକରେ ସ୍ଥିର େହାଇଛି ଯେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଆଇଏମ୍ଏଫର ନୂଆଦିଲ୍ଲୀସ୍ଥିତ ଏସିଆ-ପ୍ରଶାନ୍ତ ଅଞ୍ଚଳ ତାଲିମ ଓ ବୈଷୟିକ ସହାୟତା େକନ୍ଦ୍ର ସହ ମିଳିତ ଭାବେ କାର୍ଯ୍ୟ କରିବ। ଆର୍ଥିକ ପରିଚାଳନା, ଆର୍ଥିକ ସାଧନ ସମୂହର ବିକାଶ ଓ ଲକ୍ଷ୍ୟ ଭିତ୍ତିକ ବଜେଟ୍ ପ୍ରସ୍ତୁତି ଆଦି େକ୍ଷତ୍ରରେ ଏମାନେ ମୁଖ୍ୟତଃ ଗୁରୁତ୍ବ ଦେବେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ସଚିବ ଦେଓରଂଜନ କୁମାର ସିଂ, ଜଳସଂପଦ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ଯୁଗ୍ମ ସଚିବ ସତ୍ୟପ୍ରିୟ ରଥ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର