୮ରୁ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ବିଭିନ୍ନ ଦାବି ନେଇ ରାଜ୍ୟର ୫ହଜାର ଅଗ୍ନିଶମ କର୍ମଚାରୀମାନେ ଆସନ୍ତା ୮ ତାରିଖଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ପୂର୍ବରୁ ସମାନ ଦାବି ନେଇ ଏକାଧିକଥର ସରକାରଙ୍କ ସହିତ ଆଲୋଚନା ହୋଇଥିଲାବେଳେ ସବୁବେଳେ କେବଳ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ବାସ୍ତବତା ଏହାଠୁ ଅନେକ ଦୂରରେ ବୋଲି ଅଭିଯୋଗ ହୋଇଛି। ଗତବର୍ଷ ସେପ୍ଟେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସ˚ପୂର୍ଣ୍ଣ କାର୍ଯ୍ୟବନ୍ଦ କରାଯିବାରୁ ବାଧ୍ୟହୋଇ ୨୭ ତାରିଖରେ ସରକାରୀ ସ୍ତରରେ ଅଗ୍ନିଶମ କର୍ମଚାରୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତିଶ୍ରୁତି ପାଳନ ହେବ ବୋଲି କୁହାଯାଇଥିଲା। କିନ୍ତୁ ଆଲୋଚନାକୁ ୫ମାସ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା କର୍ମଚାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଓଡ଼ିଶା ପୁଲିସ୍‌ମାନଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଅଗ୍ନିଶମ ବିଭାଗରେ ଠିକା ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ଫାୟାରମ୍ୟାନ ଓ ହାବିଲଦାର ସ˚ଘର ପଞ୍ଜିକରଣ କରିବା ଏବ˚ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରିବା ଦାବି ନେଇ କର୍ମଚାରୀମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେଣି। ଯଦି ସରକାର କୌଣସି ବିଚାର ନକରନ୍ତି ତାହେଲେ ୮ ତାରିଖଠୁ ସ˚ପୂର୍ଣ୍ଣ ଭାବେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ଯଦି କେଉଁଠାରେ କିଛି ଅଘଟଣ ଘଟେ କିମ୍ବା ଧନଜୀବନ ନଷ୍ଟ ହୁଏ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର ପ୍ରଧାନ, ରବୀନ୍ଦ୍ର କେତନ ସାହୁ ଓ କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର