ସରକାରୀ ପୋଷାକରେ ଢ଼ାବାରେ ବସି ମଦ ପିଇଲେ ରେଞ୍ଜର ! ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଭବାନୀପାଟଣା : ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଆଚରଣ ଉପରେ ଗୁରୁତ୍ବ ଦେଉଥିବା ବେଳେ କିଛି କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ‌ସଂପୂର୍ଣ୍ଣ ବର୍ଗ ଲାଗି ସମାଲୋଚନାର ଖୋରାକ ଯୋଗାଉଛି। ଏମିତି ଏକ ଘଟଣା କଳାହାଣ୍ଡି ଜିଲ୍ଲାର ମଦନରାମପୁର ବ୍ଲକରେ ଦେଖିବାକୁ ମିଳିଛି।

ଏହି ବ୍ଲକର ବନ ବିଭାଗ ରେଞ୍ଜର ଏକ ଢ଼ାବାରେ ବସି ମଦ୍ୟପାନ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରେଞ୍ଜର ଜଣକ ସରକାରୀ ୟୁନିଫର୍ମରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ମଦନରାମପୁର ରେଞ୍ଜର ଆଶୁନନ୍ଦ ମାଟିଆ ଏକ ଢ଼ାବାରେ ବସି ଭୋଜନ କରିବା ସହ ପ୍ଲାଷ୍ଟିକ ଡିସପୋଜେବଲ୍ ଗ୍ଲାସରେ ମଦ୍ୟପାନ କରିଥିଲେ। କେହି ଜଣେ ଏହି ସମୟର ଭିଡିଓ ବନାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେବା ଫଳରେ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।

ଭିଡିଓରେ  ଚିତ୍ର ଉତ୍ତୋଳନ କରୁଥିବା ବ୍ୟକ୍ତି ତାଙ୍କୁ ପରିଚୟ ପଚାରିବା ସହ ଅନ୍ୟାନ୍ୟ କଥା ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ମଦ୍ୟପାନ କରୁଥିବା ସମୟରେ ରେଞ୍ଜର ଜଣକ ସବୁକଥା ଖୋଲାଖୋଲି କହୁଥିବା ମଧ୍ୟ ଭିଡିଓରେ ରହିଛି।

ସମ୍ବନ୍ଧିତ ଖବର