ପଞ୍ଚମ ରାଜ୍ୟ ଅର୍ଥ କମିସନ ଗଠିତ : ରବି ନାରାୟଣ ସେନାପତି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିସନ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ରାଜ୍ୟ ସରକାର ପଞ୍ଚମ ରାଜ୍ୟ ଅର୍ଥ କମିସନ ଗଠନ କରିଛନ୍ତି। କମିସନର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଫିସର ତଥା ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ରବି ନାରାୟଣ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସାମସମ୍‌ ମହାରଣା, ପୂର୍ବତନ ପୌର ପ୍ରଶାସକ ସଂଜୀବ ମିଶ୍ର ଓ ଜାଭିୟର ପରିଚାଳନା ପ୍ରତିଷ୍ଠାନର ପ୍ରଫେସର ଡ. ଅସିତ ମହାନ୍ତି ଉଭୟ ସଦସ୍ୟ ଅଛନ୍ତି। ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗର ସଚିବ ଏହାର ସହଯୋଗୀ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଯୋଜନା ଓ ସମନ୍ଵୟ ବିଭାଗର ଅତିରିକ୍ତ ଶାସନ ସଚିବ ଦେବ କୁମାର ଜେନାଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୩ ଅକ୍ଟୋବର ୧୩ ତାରିଖରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଗଠନ ହୋଇଥିଲା। ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଚିନ୍ମୟ ବସୁଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର