ବିଧାନସଭାରେ ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌ -୨୦୧୮ ପାରିତ

ଭୁବନେଶ୍ୱର: ବିଧାନସଭା ଗୃହରେ ମଙ୍ଗଳବାର ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌- ୨୦୧୮ ପାରିତ ହୋଇଯାଇଛି। ବାଚନିକ ଭୋଟ୍‌ ମାଧ୍ୟମରେ ଗୃହରେ ଏହି ବିଲ ପାରିତ ହୋଇଛି। ଏହି ବିଲ୍‌ ପାରିତ ହେବା ପରେ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବ। ଯେଉଁ କର୍ମଚାରୀମାନେ ଏହି ନିୟମକୁ ମାନିବେ ନାହିଁ, ତାଙ୍କୁ ଦଣ୍ଡ ମିଳିବ। ଓଡ଼ିଆ ଭାଷା ବ୍ୟବହାର କରୁନଥିବା କର୍ମଚାରୀମାନେ ଦଣ୍ଡିତ ହେବେ। ସେହିଭଳି ଓଡ଼ିଆ ଭାଷାର ଉନ୍ନତ ବ୍ୟବହାରକାରୀଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ବିଳମ୍ବରେ ହେଲେ ବି ରାଜ୍ୟ ସରକାର ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ଦିଗରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରୀ, ଘରୋଇ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆରେ ଲେଖାଯିବା ପାଇଁ ଆଇନ ପ୍ରଣୟନ କରିବା ପରେ ଆଜି ବିଧାନସଭାରେ ଭାଷା ସଂଶୋଧନ ବିଲ୍‌କୁ ପାରିତ କରିଛନ୍ତି।

ସମ୍ବନ୍ଧିତ ଖବର