ପିଟିସନ୍‌ ଦାଖଲ କରିବେ ରାଜ୍ୟ ସରକାର

ପୌର ସ୍ଥାନ ସଂରକ୍ଷଣ ମାମଲା

ନୂଆଦିଲ୍ଲୀ: ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିବେ ବୋଲି ଜଣାପଡ଼ିଛି। ରାଜ୍ୟର ନଗର ଉନ୍ନୟନ ବିଭାଗ ଅଧିକାରୀମାନେ ଇତିମଧ୍ୟରେ ପିଟିସନ୍‌ରେ ଉଲ୍ଲେଖ ହେବାକୁ ଥିବା ବିଭିନ୍ନ ଗ୍ରାଉଣ୍ଡ୍‌ ସମ୍ପର୍କରେ ଦିଲ୍ଲୀରେ ଆଇନ ବିଷାରଦମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ସ୍ଥାନ ସଂରକ୍ଷଣ ହାର ୫୦ ପ୍ରତିଶତକୁ ଟପିବ ନାହିଁ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେଉଁ ସବୁ ଗ୍ରାଉଣ୍ଡ୍‌ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ ସେନେଇ ଅଧିକାରୀମାନେ ଓକିଲମାନଙ୍କ ସହ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ହିଁ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରାଯିବ ବୋଲି ରାଜ୍ୟ ସରକାରଙ୍କର ଜଣେ ଓକିଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର