ବଢ଼ିଲା ୨% ମହଙ୍ଗା ଭତ୍ତା

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ସରକାର ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତିି। ଅର୍ଥ ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।

କର୍ମଚାରୀଙ୍କ ପାଇଁ ବର୍ଧିତ ମହଙ୍ଗା ଭତ୍ତା(ଡିଏ) ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଟେମ୍ପରାରି ଇନ୍‌କ୍ରିଜ୍‌(ଟିଆଇ) ଚଳିତବର୍ଷ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ପାଇବା ଫଳରେ ମୋଟ ଭତ୍ତା ପରିମାଣ ୯ ପ୍ରତିଶତକୁ ବୃଦ୍ଧି ପାଇଛି। ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀମାନେ ବର୍ଧିତ ମହଙ୍ଗା ଭତ୍ତା ଦ୍ବାରା ଉପକୃତ ହେବେ। ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ବର୍ଧିତ ମହଙ୍ଗା ଭତ୍ତା ଯୋଗୁଁ ଚଳିତ ଆର୍ଥିକ ବର୍ଷର ପରବର୍ତୀ ୮ ମାସ ପାଇଁ ପ୍ରାୟ ୨୪୦ କୋଟି ଏବଂ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ପ୍ରାୟ ୧୨୦ କୋଟି ଏହିରୂପେ ରାଜକୋଷ ଉପରେ ମୋଟ ୩୬୦ କୋଟିର ବୋଝ ସୃଷ୍ଟି ହେବ ବୋଲି ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର