ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର : ଓଡ଼ିଶା ମେଡିକାଲ୍‌ ସ୍ୱାସ୍ଥ୍ୟ ସେବା କ୍ୟାଡର୍‌ର ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଗତକାଲି ମଞ୍ଜୁରୀ ଦେଇଛନ୍ତି। ଏମ୍‌ସିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରୁ ସୁପର୍‌ ସ୍ପେସିଆଇଲେଜସନ୍‌ କରିଥିବା ଡାକ୍ତରମାନେ ମାସକୁ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ଏମ୍‌ସିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରୁ ପିଜି କରିଥିବା ଡାକ୍ତରମାନେ ମାସକୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପିଜି ଡିପ୍ଲୋମା ଡାକ୍ତରଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଏହି ପ୍ରୋତ୍ସାହନ ରାଶି ପୂର୍ବରୁ ସ୍ଥାନ ଭିତ୍ତିରେ ଦିଆଯାଉଥିବା ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ଠାରୁ ଭିନ୍ନ। ତେବେ ଏହି ପ୍ରୋତ୍ସାହନ ରାଶିର କୌଣସି ପଦବି ସହ ସମ୍ପର୍କ ନାହିଁ ଓ ଏହା ସମ୍ପୂର୍ଣ୍ଣ ଭାବେ ଯୋଗ୍ୟତା ଆଧାରରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର