ଟିକେଟ ବିକ୍ରି କଥା ହକି ଇଣ୍ଡିଆ ବୁଝୁଛି, ଆମ ହାତରେ କିଛି ନାହିଁ : କ୍ରୀଡା ବିଭାଗ

ଭୁବନେଶ୍ୱର : ବିଶ୍ୱକପ ହକିର ଉଦଘାଟନୀ ସମାରୋହ ଟିକେଟ ବିକ୍ରିକୁ ନେଇ ବିବାଦ ଧୀରେ ଧୀରେ ବଡ଼ ହେବାରେ ଲାଗିଛି । ଟିକେଟ ମିଳୁନଥିବାରୁ ହକିପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏହାକୁ ଦେଖି ଓଡ଼ିଶା ସରକାର ହାତ ଟେକିଦେଇଛନ୍ତି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ମନୋଜ ପାଢୀ କହିଛନ୍ତି ଯେ ଟିକେଟ ବିକ୍ରି ଦାୟିତ୍ୱ ହକି ଇଣ୍ଡିଆ ହାତରେ ଥିଲା । ଓଡ଼ିଶା ସରକାରଙ୍କ ଏଥିରେ କୌଣସି ଭୂମିକା ନାହିଁ ।

ଆଜି ଦିନ ୧୨ଟାରେ ହକି ବିଶ୍ୱକପର ଉଦଘାଟନୀ ସମାରୋହ ପାଇଁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ସାଇଟ କ୍ରାସ କରିଯିବାରୁ ଅଧିକାଂଶ ଖେଳପ୍ରେମୀ ଟିକେଟ ପାଇବାରେ ବିଫଳ ହୋଇଛନ୍ତି । ଏହାକୁ ନେଇ ବିବାଦ ଦେଖାଦେଇଛି । ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଦେଇଛି । ବିଶେଷକରି ଦେଶରେ ବୁକ ମାଇଶୋ, ପେଟିଏମ ପରି ବଡ଼ ବଡ଼ ଟିକେଟିଂ ସଂସ୍ଥା ଥିବାବେଳେ ଟିକେଟଜିନି ପରି ଏକ ଅପେକ୍ଷାକୃତ ଛୋଟ ସଂସ୍ଥାକୁ ଟିକେଟ ବିତରଣ ଦାୟିତ୍ୱ ଦେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର