ଓଡ଼ିଶା ସରକାରୀ ଭାଷା ବିଲ୍‌ ସମେତ ୫ଟି ବିଲ୍‌ ଆସିଲା

ଭୁବନେଶ୍ୱର : ଆଜି ଗୃହରେ ସରକାର ୫ଟି ବିଲ୍‌ ଉପସ୍ଥାପନ କରିଛନ୍ତି। ଏଥି ମଧ୍ୟରେ ଓଡ଼ିଶା ସରକାରୀ ଭାଷା(ସଂଶୋଧନ) ବିଲ୍‌ ୨୦୧୮ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ରହିଛି। ବିଲ୍‌ ଆଗତ ହେବା ପରେ ସେଗୁଡ଼ିକ ଉପରେ ଆଲୋଚନା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ନିମନ୍ତେ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ସରକାରୀ ଭାଷା(ସଂଶୋଧନ) ବିଲ୍‌ ୨୦୧୮ ଉପସ୍ଥାପନ କରିଥିଲେ। ସେହିପରି ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଏବଂ ଭତ୍ତା ସଂଶୋଧନ ବିଲ୍‌ ୨୦୧୮, ଓଡ଼ିଶା ଉପବାଚସ୍ପତିଙ୍କ ଦରମା ଏବଂ ଭତ୍ତା ସଂଶୋଧନ ବିଲ୍‌ ୨୦୧୮, ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଏବଂ ଭତ୍ତା ସଂଶୋଧନ ବିଲ୍‌ ୨୦୧୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ସଂସ୍ଥା(ସଂଶୋଧନ) ବିଲ୍‌ ୨୦୧୮ ମଧ୍ୟ ମନ୍ତ୍ରୀ ଶ୍ରୀ ଆରୁଖ ଆଗତ କରିଥିଲେ।

ସମ୍ବନ୍ଧିତ ଖବର