ଏପ୍ରିଲ ୯ରୁ ଓଡ଼ିଶାରେ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୯ ଏପ୍ରିଲ ସକାଳ ୭ଟା ଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଲୋକମାନେ ବାହାରୁ ଯିବାବେଳେ ମୁହଁକୁ ମାସ୍କ ଦ୍ୱାରା ଆବୃତ କରିବା ବାଧ୍ୟତାମୂଳକ । ମାସ୍କ ନଥିଲେ ଲୋକମାନେ ରୁମାଲକୁ ଦୁଇ ପରସ୍ତ କରି କିମ୍ବା ଘରେ ତିଆରି ହୋଇଥ#ବା ମାସ୍କ ପିନ୍ଧିପାରିବେ । ସେହିପରି ଗାମୁଛା, ଝିଅପିଲାମାନେ ଡୁପଟ୍ଟା ମୁହଁରେ ଗୁଡ଼ାଇହୋଇପାରିବେ ।

ଯେଉଁ ଲୋକମାନେ ଡିସପୋଜେବଲ ମାସ୍କ ବ୍ୟବହାର କରୁଛନ୍ତି, ସେମାନେ ତାହାକୁ ଠିକଭାବେ ନଷ୍ଟ କରିବେ । ସେହିପରି ଯେଉଁମାନେ କପଡ଼ା ତିଆରି ମାସ୍କ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଭଲଭାବେ ସାବୁନ ବା ଡିଟରଜେଣ୍ଟ ଦ୍ୱାରା ସଫା କରି ଅତିକମରେ ୫ ଘଣ୍ଟା ଖରାରେ ଶୁଖାଇବେ । ଜଣକର ମାସ୍କ ଅନ୍ୟଜଣେ ବ୍ୟବହାର କରିବେ ନାହିଁ । ଲୋକମାନେ ଯେପରି ଏହି ନିର୍ଦ୍ଦେଶର ପାଳନ କରୁଛନ୍ତି, ତାହା ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ,ପୌର ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର