ଆଜିଠୁ ଗ୍ରାମ ରୋଜଗାର ସେବକ ସଂଘର ଧାରଣା

ଭୁବନେଶ୍ୱର : ୯ ଦଫା ଦାବି ନେଇ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ। ପୂର୍ବାହ୍ନ ୯ଟାରୁ ଗ୍ରାମ ରୋଜଗାର ସେବକମାନେ ଶାନ୍ତିପୂର୍ଣ୍ଣଭାବେ ଧାରଣାରେ ବସିବେ। ପ୍ରତିଦିନ ୨୦୦ରୁ ୪୦୦ ସେବକମାନେ ଉକ୍ତ ସ୍ଥାନରେ ବିନା ସ୍ଲୋଗାନ ଓ ନାରାବାଜିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ। ୧୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘର ରାଜ୍ୟ ଆବାହକ ସୁଧିର ଚନ୍ଦ୍ର ମୁଦୁଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର