ହାଇକୋର୍ଟରେ ଦୁର୍ଗା ପୂଜା ଅବକାଶ

କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି। ଅକ୍ଟୋବର ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ ଏବ˚ ୨୫ ତାରିଖରେ ଖୋଲିବ। ୧୩ ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସ˚ଜୁ ପଣ୍ତା ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ସେହିପରି ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଓ ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ କେ.ଆର‌୍‌.ମହାପାତ୍ର ଅବକାଶକାଳୀନ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିବେ। ଅବକାଶ ସମୟରେ ୧୫, ୨୨ ଓ ୨୩ ତାରିଖ ଦିନ କାର୍ଯ୍ୟ ଦିବସ ରହିବ ଓ ଏହି ସବୁ ଦିନରେ ଜରୁରି ମାମଲା ଗୁଡିକ ଦିନ ୧୧ଟାରୁ ୧୨ଟା ମଧୢରେ ଦାୟର ପାଇଁ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସ୍‌ରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର