୪ ଦଫା ଦାବିରେ ଓଡ଼ିଶା କୃଷକ ସାଥୀ ସଂଘର ବିକ୍ଷୋଭ

ଭୁବନେଶ୍ୱର : ୪ଦଫା ଦାବି ନେଇ ଆଜି ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କର ଓ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କୃଷକସାଥୀ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆୟୋଜିତ ସଭାରେ କୃଷକ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମାସିକ ମଜୁରି ୧୮ ହଜାର ଟଙ୍କା, ପିଏଫ୍‌ ଓ ଇଏସ୍‌ଆଇ ଅନ୍ତର୍ଭୁକ୍ତ ଆଦି ଦାବି ସଂପର୍କରେ ଆଲୋଚନା କରିଥିଲେ।

ସଂଘର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସରକାରୀ ଅଧିକାରୀଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଅସନ୍ତା ୩ ଦିନ ମଧ୍ୟରେ ଦାବି ନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଦାବି ପୂରଣ ନ ହେବା ଯାଏ ଧାରଣାରୁ ଓହରିବେ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। ଦରକାର ପଡ଼ିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର