୧୨ ଯାଏ ଜାରି ରହିବ ଆନ୍ଦୋଳନ

ଆଲୋଚନା ପାଇଁ ପୁଲିସ ଡିଜିଙ୍କ ଚିଠି, କାର୍ଯ୍ୟରେ ଯୋଗ ଦେବା ପାଇଁ ୧୮୦ ଜଣ ଆଇନଜୀବୀଙ୍କ ଦସ୍ତଖତ ସମ୍ବଳିତ ପ୍ରସ୍ତାବ

କଟକ : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆସନ୍ତା ସୋମବାର ପର୍ଯ୍ୟନ୍ତ ଜାରି ରହିବ। ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ‌େବୖଠକ‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହିତ ଆଲୋଚନା ପାଇଁ ପୁଲିସ ଡିଜି ଦେଇଥିବା ପ୍ରସ୍ତାବରେ ଆଇନଜୀବୀମାନେ ରାଜି ହୋଇଛନ୍ତି। ଏ ସଂପର୍କିତ ପୁଲିସ ଡିଜିଙ୍କ ଚିଠି ଉପରେ ଆଜି ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଛି। ଦୁଇ ପକ୍ଷଙ୍କ ପାଇଁ ସୁବିଧାଜନକ କୌଣସି ତୃତୀୟ ସ୍ଥାନ‌େର ଆଲୋଚନା ପାଇଁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଆଇନଜୀବୀ ସଂଘର ସଭାପତି, ସଂପାଦକ ଓ କର୍ମକର୍ତ୍ତା ଏପରି ଆଲୋଚନାରେ ସାମିଲ ହେ‌େବ। ଏଥି ସହିତ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରାୟ ୧୮୦ ଜଣ ସଦସ୍ୟଙ୍କ ଦସ୍ତଖତ ଥିବା ଲିଖିତ ପ୍ରସ୍ତାବ ଆଜି ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ କରାଯାଇଥିଲା। ୬ଟି ପ୍ରସ୍ତାବ ରହିଥିବା ଏହି ରିକ୍ୟୁଜିସନ୍ ଉପରେ ପରବର୍ତ୍ତୀ ସମୟ‌େର ଆଲୋଚନା କରାଯିବା ବୋଲି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୋମବାର ଦିନ ୨ଟା ବେଳେ ଅନୁ‌ଷ୍ଠିତ ହେବାକୁ ଥିବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ସତ୍ୟବ୍ରତ ମହାନ୍ତି, ଅନ୍ୟ କର୍ମକର୍ତ୍ତାଙ୍କ ସହିତ କଟକ ବାର୍ ଓ କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର