ଦୁଇ ରତ୍ନ ହରାଇଲା ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶା ପ୍ରସନ୍ନ ଓ ମନୋଜଙ୍କ ନାଁରେ ଦୁଇ ରତ୍ନ ହରାଇଲା। ଉଭୟ ସହିଦ ହେଲେନି ଯେ, ଆମ ରାଜ୍ୟ ପାଇଁ ଗୌରବ ଆଣିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଉଭୟ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଆହୁରି କହିଲେ, ଦେଶଦ୍ରୋହୀମାନେ ଲୁଚିକି ଆମ ଯବାନଙ୍କ ଉପରେ ଆକ୍ରମଣ କଲେ। ଏହା ବିରୋଧରେ ଦେଶ ଏବେ ଏକଜୁଟ ହୋଇଛି।‌ ଦେଶକୁ ଦୁର୍ବଳ କରିବାକୁ ଚାହୁଁଥିବା ତତ୍ତ୍ବମାନଙ୍କୁ ଆମ ଦେଶର ଯବାନମାନେ ଉଚିତ ଜବାବ ଦେବେ। ଏ ଭରସା ଆମର ରହିଛି। ସୈନିକମାନଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନ। ସେହିପରି ଉଭୟ ପରିବାରର ଭରଣ ପୋଷଣ ପାଇଁ ସରକାର ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର