ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ସେମାନଙ୍କ ସଫଳତାର ସୂତ୍ରକୁ ନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା

ଭୁବନେଶ୍ୱର : ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ । ଚଳିତ ବର୍ଷ ୬ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ । ମୋଟ ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଝାରସୁଗୁଡାରେ ସର୍ବାଧିକ ଏବଂ କୋରାପୁଟରେ ସର୍ବନିମ୍ନ ପାସ୍ ହାର ରହିଛି । ଏବେ ଜାଣନ୍ତୁ ଚଳିତ ମାଟ୍ରିକରେ ମ୍ୟାଜିକ୍ କରିଥିବା ହିରୋଙ୍କୁ । ଯେଉଁମାନେ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାଲଟି ଯାଇଛନ୍ତି ଜଣେ ଜଣେ ହିରୋ । ସଫଳତାର ସୂତ୍ର ନେଇ ସେମାନେ କ’ଣ କହୁଛନ୍ତି ଜାଣନ୍ତୁ ।

ବାଲେଶ୍ୱରର ଗୌତମ ଦାସ । ମାଟ୍ରିକ ପରୀକ୍ଷାରେ ଗୌତମ ରଖିଛନ୍ତି ୯୬ ପ୍ରତିଶତ । ମୋଟ ୬୦୦ ମାର୍କରୁ ୫୭୬ । ଗଣିତରେ ରଖିଛନ୍ତି ଶହେରୁ ଶହେ । ବାଲେଶ୍ୱର ଜିଲ୍ଲାର ଏହି ଟପର ଆଗକୁ ଆଇଆଇଟି ପଢି ସାଇଂଟିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

କଟକର ଜ୍ୟୋତିର୍ମୟୀ । ନୂଆ ବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ । ମାଟ୍ରିକ ପରୀକ୍ଷାରେ ୯୪ ପ୍ରତିଶତ ରଖିଛନ୍ତି ଜ୍ୟୋତିର୍ମୟୀ । ଆଶା ଥିଲା ଆହୁରି ଅଧିକ ନମ୍ବର ରଖିବେ । ତେବେ ୯୪ ପ୍ରତିଶତ ନମ୍ବର ରଖି ବି ଖୁସି ଅଛନ୍ତି ସେ ।

ସେହି ସ୍କୁଲର ଆଉ ଜଣେ ଛାତ୍ରୀ ରଖିଛନ୍ତି ୯୩ ପ୍ରତିଶତ । ଲକ୍ଷ୍ୟ ରଖିଛନ୍ତି ଇଂଜିନିୟର ହେବେ । ସେହିପରି ୯୨ ପ୍ରତିଶତ ରଖିଥିବା ଆଉ ଜଣେ ଛାତ୍ରୀ ଭବିଷ୍ୟତରେ ଆଉଏଏସ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଭୁବନେଶ୍ୱର ୟୁନିଟ୍ -୮ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ରଖିଛନ୍ତି ୯୨ ଦଶମିକ ୮୩ ପ୍ରତିଶତ । ମୋଟ ୬୦୦ରୁ ୫୫୭ । ଲକ୍ଷ୍ୟଥିଲା ୯୫ ପ୍ରତିଶତ, ତେବେ ଅଳ୍ପ କମିଯାଇଛି । ଆଶା ରଖିଛନ୍ତି ଭଲ ପାଠ ପଢିବେ , ଡାକ୍ତର ହେବେ ।

ସମ୍ବନ୍ଧିତ ଖବର