୧୧ରେ ଓମ୍‌ସାର ଜରୁରୀ ବୈଠକ

ଭୁବନେଶ୍ବର : ଆସନ୍ତା ୧୧ତାରିଖରେ ରାଜ୍ୟ ମେଡିକାଲ ସଂଘ ବା ଓମ୍‌ସାର ଜରୁରୀ ବୈଠକ ରାଜଧାନୀରେ ଅନୁଷ୍ଠିତ ହେବ। ଓମ୍‌ସାର ରହିଥିବା ଦୀର୍ଘଦିନର ଦାବି ଡିଏସିପି ନେଇ ରାଜ୍ୟ ସରକାରଙ୍କ ଉଦାସୀନତା ନେଇ ଓଏମ୍‌ଏଚ୍‌ଏସ୍ କ୍ୟାଡର୍‌ କ୍ଷୁବ୍ଧ ରହିଛି। ଦେଶର ଅଧିକାଂଶ ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ ‌କରାଯାଇ ନାହିଁ। ଗତବର୍ଷ ନଭେମ୍ବର ମାସରେ ସଂଘର ପ୍ରତିନିଧିମାନଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ସଂଘର ସାଧାରଣ ସଂପାଦକ ଡା.ପୂଣ୍ୟଶ୍ଳୋକ ଦାସଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ହୋଇଥିବା ବୈଠକରେ ୧୫ଦିନ ଭିତରେ ଡିଏସିପି ନେଇ ପରବର୍ତୀ ପଦକ୍ଷେପ ସଂପର୍କରେ ଜଣାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହା ଭିତରେ ଦୀର୍ଘ ସମୟ ବିତି ଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏସିପି ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବାରୁ ଡାକ୍ତର କ୍ୟାଡର୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେଣୁ ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜରୁରୀ ବୈଠକରେ ଓମ୍‌ସାର ପରବର୍ତୀ ପଦକ୍ଷେପ ନେଇ ଆଲୋଚନା ହେବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର