ଆରମ୍ଭ ହେଲା ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୧୯’

ଭୁବନେଶ୍ୱର: ଶନିବାର ସକାଳେ ଆରମ୍ଭ ହୋଇଛି ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୧୯’। ନିର୍ମାଣ କନ୍‌କ୍ଲେଭ୍‌ର ଏହା ତୃତୀୟ ସଂସ୍କରଣ।

ସମ୍ବାଦର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଲେ କି, ଅତି ଅତୀତରେ ଓଡ଼ିଶାର ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲା। କଳା, ସଂସ୍କୃତି ଓ କୃଷି କ୍ଷେତ୍ରରେ ଏହି ନିର୍ମାଣର ପଟ୍ଟାନ୍ତର ନ ଥିଲା। ବୈଦେଶିକ ଆକ୍ରମଣ ଓ ନଅଙ୍କ ଦୁର୍ଭିକ୍ଷ ଯୋଗୁଁ ନିକଟ ଅତୀତରେ ରାଜ୍ୟର ନିର୍ମାଣ ଉତ୍ସାହପ୍ରଦ ନ ଥିଲା। କିନ୍ତୁ, ଆଜି କ୍ଷୁଧାରୁ ମୁକ୍ତି ଆନ୍ଦୋଳରେ ଓଡ଼ିଶା ସଫଳ ହୋଇଛି।

ଏହି ନିର୍ମାଣ କନ୍‌କ୍ଲେଭ୍‌ରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଉଦ୍‌ଘାଟକ ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି। ଏଥିରେ ସବୁ ରାଜନୈତିକ ଦଳର ବହୁ ବରିଷ୍ଠ ନେତା ଓ ମାନ୍ୟଗଣ ବ୍ୟକ୍ତି ସାମିଲ ହୋଇଛନ୍ତି।

 

ସମ୍ବନ୍ଧିତ ଖବର