ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ଚେଷ୍ଟା କରୁଛନ୍ତି: କୃଷିମନ୍ତ୍ରୀ ଅରୁଣ ସାହୁ

କନକ ନ୍ୟୁଜ ଦ୍ୱାରା ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍- ୨୦୨୦ ଆରମ୍ଭ

ଭୁବନେଶ୍ବର: କନକ ନ୍ୟୁଜ ଦ୍ୱାରା ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍- ୨୦୨୦ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ନେତା, ମନ୍ତ୍ରୀ ଯୋଗ ଦେଇଛନ୍ତି । ଓଡ଼ିଶା ନିର୍ମାଣ କନକ୍ଲେଭ୍- ୨୦୨୦ର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଆଜି ଦିନ ୧୧ଟାରୁ କନକ ନ୍ୟୁଜରେ ସିଧା ପ୍ରସାରଣ ଆରମ୍ଭ ହୋଇଛି ।
କନକ୍ଲେଭ୍ ଆରମ୍ଭରେ କୃଷିର ବିକାଶ ନେଇ ବକ୍ତବ୍ୟ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଏଥିରେ ସେ କହିଛନ୍ତି,‘ କୃଷକଙ୍କ ପାଇଁ କୃଷି ବଜେଟ୍ ଆରମ୍ଭ କରାଯାଇଛି । ଚାଷୀଙ୍କ ସମସ୍ୟା ପାଇଁ ଆମେ ସଚେତନ । କୃଷି ପ୍ରତି ବର୍ତ୍ତମାନ ଆଇଆଇଟି, ବିକେଟ୍ କରୁଥିବା ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ବେଶ୍ ଆଗ୍ରହ ଦେଖାଉଥିବାରେ ଦେଖିବାକୁ ମିଳୁଛି । ଚାଷୀଙ୍କୁ ବ୍ୟାଙ୍କ ଋଣ ମିଳିବାରେ ସାମାନ୍ୟ ସମସ୍ୟା ଦେଖିବାକୁ ମିଳୁଛି , ହେଲେ ଚାଷୀଙ୍କ ହିତ ପାଇଁ ଏ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଖୁବଶୀଘ୍ର ଏହାର ସମାଧାନ ହେବ । ଭିତ୍ତିଭୂମି ବିକାଶ ପାଇଁ ସରକାର ସର୍ବଦା ଚେଷ୍ଟିତ । ମାଣ୍ଡିଆ ମଣ୍ଡି ଖୋଲିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।


ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ସହାୟତା କରୁଛନ୍ତି । କେବଳ ରାଜନୀତି ପାଇଁ କିଛି ଘୋଷଣା କରାଯାଉ ନାହିଁ । ନିର୍ବାଚନ ପରେ ବି ଅନେକ କିଛି ଚାଷୀଙ୍କ ପାଇଁ ଘୋଷଣା କରାଯାଇଛି । ଚାଷୀ ହାତକୁ ଟଙ୍କା ଆସିବା ପାଇଁ ପଦକ୍ଷେପ ନିଆଯାଉଛି । ଲାଭଜନକ ଚାଷ ପ୍ରତି ଚାଷୀଙ୍କୁ ସଚେତନ କରାଯାଉଛି । ପାରମ୍ପରିକ ଚାଷ ପ୍ରତି କୃଷକ ନିଜକୁ ସହଜ ମନେ କରୁଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ସମ୍ବନ୍ଧିତ ଖବର