ପୁଲିସ ସ˚ଘର ପ୍ରତିବାଦ ଆନ୍ଦୋଳନ ୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା

କଟକ -ମହାନଦୀବିହାର : ଓଡିଶା ପୁଲିସ ସ˚ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଡକାଯାଇଥିବା ପ୍ରତିବାଦ ଆନ୍ଦୋଳନକୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୁଲିସ ଅଧିକାରୀମାନେ ପ୍ରତିବାଦ ସ୍ବରପ କଳାବ୍ୟାଚ ପରିଧାନ କରିବା ଘୋଷଣା ପରେ ବିଭାଗ ପକ୍ଷରୁ ସ˚ଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୫ ତାରିଖରେ ଦାବି ସ˚ପର୍କରେ ଅର୍ଥମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରାଯିବାକୁ ପ୍ରତିଶ୍ରୁତି ଦେବାପରେ ପ୍ରତିବାଦକୁ ଘୁଞ୍ଚାଇ ଦିଆଯାଇଥିବା ସଭାପତି ସତ୍ୟଜିତ୍‌ ମିଶ୍ର ସୂଚନା ଦେଇଛନ୍ତି। ୨୦୧୬ ମସିହାରୁ ସ˚ଘ ପକ୍ଷରୁ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରାଯାଇଥିଲା। ଦାବିଗୁଡିକରୁ ମାତ୍ର ୬ଦାବି ପୂରଣ ପାଇଁ ସରକାର ସେ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସପ୍ତମ ବେତନହାରରେ ଥିବା ଅସ˚ଗତି ଦୂର କରିବା, ମିଳୁଥିବା ଏକ ମାସର ଅଧିକ ଦରମା, ସ୍ବାସ୍ଥ୍ୟବୀମା ପ୍ରଦାନ, ଠିକା ସବ୍‌ଇନ୍ସିପେକ୍ଟରଙ୍କୁ ନିଯୁକ୍ତି ଉଚ୍ଛେଦ କରିବାକୁ ସ˚ଘ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ପାଇଁ ବିଭାଗୀୟ କୃର୍ପକ୍ଷଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପ୍ରବିବାଦକୁ କିଛିଦିନ ପାଇଁ ସ୍ଥଗିତ ରଖାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି। ସୂଚନା ଯୋଗ୍ୟ ଯେ, ପୂର୍ବରୁ ସ˚ଘର ଘୋଷଣା ଅନୁଯାୟୀ ଆଜିଠାରୁ ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବାକୁ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର