ଅଟକିଛି ପୁଲିସ ଅଦଳବଦଳ

ଗୁଇନ୍ଦା, ଜେଲ ଓ କ୍ରାଇମବ୍ରାଞ୍ଚ ଉପରେ ସମସ୍ତଙ୍କ ନଜର, ବଦଳି ତାଲିକାରେ ରେଞ୍ଜ ମୁଖିଆ ଓ ବହୁ ଏସ୍‌ପିଙ୍କ ନାମ

ଭୁବନେଶ୍ବର : କିଏ ହେବ ପରବର୍ତୀ ଗୁଇନ୍ଦା ନିର୍ଦେଶକ? ଜେଲ ମୁଖିଆ ପଦବି କେବେ ପୂରଣ ହେବ? ନକ୍ସଲ ଉପଦ୍ରୁତ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଆଉ କେତେ ଦିନ କା’ରେ ଚାଲିବ?

ଏମିତି କିଛି ପ୍ରଶ୍ନକୁ ନେଇ ଏବେ ସଚିବାଳୟ କରିଡର ଠାରୁ ଆରମ୍ଭ କରି ପୁଲିସ ମହଲ ଯାଏ ସବୁଠାରେ ଚର୍ଚ୍ଚା ଜୋର ଧରିଲାଣି। ଗତ ଦୁଇ ସପ୍ତାହ ଧରି ଆଇପିଏସ୍ ସ୍ତରରେ ଅଦଳ ବଦଳ ନେଇ ଆେଲାଚନା ଚାଲିଛି। କେବେ ତାଲିକା ପ୍ରକାଶ ପାଇବ, କାହାର କାହାର ବଦଳି ହେଉଛି, ସମସ୍ତେ ସମସ୍ତଙ୍କୁ ପଚାରୁଛନ୍ତି, କିନ୍ତୁ କାହା ପାଖରେ କିଛି ଠୋସ୍ ଖବର ନାହିଁ। ଆଇପିଏସ୍ ବଦଳି ଯେମିତି ରହସ୍ୟଜନକ ପାଲଟିଯାଇଛି।

ଗୋଟିଏ ସୂତ୍ରରୁ ସୂଚନା ମିଳିଛି ଯେ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଥିବା ଆଇପିଏସ ସମ୍ମିଳନୀ ପରେ ଯେ କୌଣସି ମୁହୂର୍ତରେ ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ ହୋଇପାେର। ଏ ନେଇ ସରକାରରେ ତର୍ଜମା ଚାଲିଛି। ବିଶେଷକରି ନିର୍ବାଚନ ସମୟରେ କାହାକୁ ଗୁଇନ୍ଦା ମୁଖିଆ ଦାୟିତ୍ବ ଦିଆଯିବ, ତାହା ସ୍ଥିର ହୋଇପାରୁନଥିବାରୁ ନିଷ୍ପତ୍ତି ବିଳମ୍ବ ହେଉଥିବା କୁହାଯାଉଛି।

ବର୍ତମାନ ଗୁଇନ୍ଦା ନିେର୍ଦଶକ ଦାୟିତ୍ବରେ ଥିବା ବରିଷ୍ଠ ପୁଲିସ ଅଧିକାରୀ ସୁନୀଲ ରାୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇବେ। ପଦୋନ୍ନତି କମିଟି ବୈଠକ ବସି ତାଙ୍କ ନାମ ସରକାରଙ୍କୁ ସୁପାରିସ କରିସାରିଲେଣି। ହେଲେ ତାଙ୍କ ସ୍ଥାନରେ େକଉଁ ବରିଷ୍ଠ ଏଡିଜିଙ୍କୁ ଏହି ପଦବିରେ ଅବସ୍ଥାପିତ କରାଯିବ, େସ ନିଷ୍ପତ୍ତି ଚୂଡାନ୍ତ େହାଇନାହିଁ।

ଏମିତିରେ ବି ଏହି ପଦବିଟି ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େହାଇପଡିଲାଣି। ନିକଟରେ ନବୀନ ନିବାସ ଯାଏ ବିଜେପି ମହିଳା ମୋର୍ଚ୍ଚାର େନତା ପହଞ୍ଚିଗଲେ, ହେଲେ ସେ ସଂପର୍କରେ ଗୁଇନ୍ଦା ପାଖରେ କିଛି ଖବର ନଥିଲା। ପୁରୀ ବନ୍ଦର ଭୟାବହତା େନଇ ମଧ୍ୟ େଠାସ୍ ତଥ୍ୟ ସରକାର ପାଇପାରିଲେ ନାହିଁ। କେବଳ ସେତିିକି ନୁହେଁ, େଢଙ୍କାନାଳ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ବହୁ ଗୁରୁତ୍ବପୂର୍ଣ୍ଣ ଖବର ସଂପର୍କରେ ସରକାର ବିଳମ୍ବରେ ଜାଣିବାକୁ ପାଉଛନ୍ତି। ଏହି ଘଟଣା ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି। େଗାଟିଏ େଗାଷ୍ଠୀ କହୁଛନ୍ତି, ସରକାର ଚାହିଁଲେ ଶ୍ରୀ ରାୟଙ୍କୁ େସଠାରେ େସ୍ପସାଲ ଡିଜି ଭାବେ ଦାୟିତ୍ବ େଦଇପାରନ୍ତି। ପୂର୍ବରୁ ଏମିତି ଉଦାହରଣ ଅଛି।

ସେହିଭଳି ଜେଲ ବିଭାଗରେ ଏବେ ଏକପ୍ରକାର ଅଚଳାବସ୍ଥା େଦଖାଦେଲାଣି। ଡିଜି ପାହ୍ୟାର ଅଧିକାରୀ ରମେଶ ପ୍ରସାଦ ସିଂହ ଅବସର ନେବା ପରେ ଏଡିଜି ମନୋଜ ଛାବ୍ରାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। େସ ଛୁଟିରେ ଯିବାରୁ କିଛି ଦିନ ଏଡି଼ଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏହି ଦାୟିତ୍ବରେ ରହିଲେ। ଏବେ ଛାବ୍ରା ଦାୟିତ୍ବରେ ଅଛନ୍ତି, କିନ୍ତୁ େଠାସ୍ ପଦକ୍ଷେପ କିଛି ନିଆଯାଉନାହିଁ, କାରଣ େଯ କୌଣସି ମୁହୂର୍ତରେ ତାଙ୍କୁ ସରକାର ଅପସାରଣ କରି େନଇପାରନ୍ତି। ଏସବୁକୁ େନଇ କିନ୍ତୁ େଜଲ ପ୍ରଶାସନ ଏକରକମ ହୁଗୁଳା େହାଇଗଲାଣି। ନିକଟରେ ଏକାଧିକ ଜେଲରୁ ଅଭିଯୁକ୍ତ ଖସି ଚାଲିଯିବା ଘଟଣା କେବଳ ନୁହେଁ, ଆହୁରି ଅନେକ ସାଂଘାତିକ ପ୍ରସଙ୍ଗ ସାମ୍ନାକୁ ଆସିଛି।

ପିପିଲି ମାମଲାରେ କ୍ରାଇମବ୍ରାଞ୍ଚ ଭୂମିକା ବିବାଦ େଘରରେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିେର୍ଦାଷରେ ଖଲାସ ହେବା ପରେ ତଦନ୍ତକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି। ବିଭିନ୍ନ ରାଜନୈତିକ ଦଳ ସରକାରଙ୍କୁ େଘରୁଛନ୍ତି। ଏପଟେ ମନ୍ତ୍ରୀ ପଦ ହରାଇବା ପରେ କାହିଁକି କ୍ରାଇମବ୍ରାଞ୍ଚର ବଡ଼ ବାବୁଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ,ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ସରକାର ଏ େକ୍ଷତ୍ରରେ ଚାପରେ ଥିବା ସୂଚନା ମିଳିଛି। ଏଣୁ ଏ ବିଭାଗରେ ମଧ୍ୟ ବଡ଼ ଧରଣର ଅଦଳବଦଳ ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ।

ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ଏବେ ନକ୍ସଲ ଉପଦ୍ରୁତ ଦକ୍ଷିଣ ପଶ୍ଚିମାଞ୍ଚଳ େରଞ୍ଜ ଦାୟିତ୍ବରେ ବି ଅଛନ୍ତି। ଶ୍ରୀ ସିଂହ ଇତିମଧ୍ୟରେ ତିନି ବର୍ଷ ଧରି ବ୍ରହ୍ମପୁରରେ କାର୍ଯ୍ୟ କରିସାରିଲେଣି।ଏଣୁ ସ୍ବାଭାବିକ ଭାବେ ନିର୍ବାଚନ ପୂର୍ବରୁ ତାଙ୍କର ବଦଳି େହବ। ଏହାସହିତ ନକ୍ସଲ ଅଞ୍ଚଳରେ ନିର୍ବାଚନ ଚ୍ୟାଲେଞ୍ଜ େହାଇଥିବା ପରିପ୍ରେକ୍ଷୀରେ ଦକ୍ଷିଣ-ପଶ୍ଚିମ େରଞ୍ଜ ମୁଖିଆ ପଦବି ବି ପୂରଣ କରିବାକୁ ସରକାର ବାଧ୍ୟ।

କେବଳ ବରିଷ୍ଠ ପୁଲିସ ଅଧିକାରୀ ନୁହେଁ, ଏସପିସ୍ତରରେ ମଧ୍ୟ ବଡ଼ ଧରଣର ଅଦଳବଦଳ େହାଇପାରେ। ନବରଙ୍ଗପୁର ଏସପି ପଦବି ଦୀର୍ଘ ଦିନ େହଲା ଖାଲି ପଡିଛି।

କଟକ ଗ୍ରାମାଞ୍ଚଳ, େଖାର୍ଧା, େଢଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟକାଳ ଏପ୍ରିଲରେ ସରିବ। ଏହା ପୂର୍ବରୁ ରାଜ୍ୟ ସରକାର ସେଠାରେ ଏସପି ନିଯୁକ୍ତି କରିବା ଲାଗି ବିଚାର କରୁଛନ୍ତି। ନକ୍ସଲ ଉପଦ୍ରୁତ ଜିଲ୍ଲାର କିଛି ଏସପି ମଧ୍ୟ ବଦଳିପାରନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ଏସପି ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ଓକିଲମାନଙ୍କ ସହିତ ତାଙ୍କର ମୁହାଁମୁହିଁ େହାଇଥିଲା। ସେହିଭଳି ସେବକ-ଏସପିଙ୍କ ବିବାଦ ଆଜି ବି ଥମିନାହିଁ। ପୁରୀ ବନ୍ଦକୁ ନିୟନ୍ତ୍ରଣ କରିବାରେ ପ୍ରଶାସନିକ ବିଫଳତା ଦାଣ୍ଡରେ ପଡି ହାଟରେ ଗଡୁଛି। ଏମାନଙ୍କ ସହିତ ଅନ୍ୟ କିଛି ଜିଲ୍ଲାର ଏସପିଙ୍କୁ ବି ସରକାର ବଦଳି କରିପାରନ୍ତି େବାଲି କ୍ଷମତା କରିଡରରେ ଆେଲାଚନା ଚାଲିଛି।

ସମ୍ବନ୍ଧିତ ଖବର