୫ବର୍ଷ ହେବ ଲାଭ କରୁଛି ଓପିଟିସିଏଲ୍‌

ଓଡ଼ିଶା ପାଓ୍ଵାର ଟ୍ରାନ୍‌ସମିସନ୍‌ ଇଞ୍ଜିନିୟର୍ସ ଆସୋସିଏସନ୍‌ର ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶା ପାଓ୍ଵାର ଟ୍ରାନ୍‌ସମିସନ ଇଞ୍ଜିନିୟର୍ସ ଆସୋସିଏସନ୍‌ର ୧୮ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଞ୍ଜିନିୟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟବାସୀଙ୍କୁ ବିଜୁଳି ଯୋଗାଇବାରେ ଓପିଟିସିଏଲ୍‌ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ୨୦୧୮/୧୯ ପାଇଁ ଆବଶ୍ୟକ ଟ୍ରାନ୍‌ସଫର୍ମର କିଣା କାର୍ଯ୍ୟ ଶେଷ ହୋଇଛି। ଓଇଆରସି ପକ୍ଷରୁ ଓପିଟିସିଏଲ୍‌କୁ ଅନୁଦାନ ଦିଆଯାଉଛି। ତେବେ ଗତ ୫ବର୍ଷ ହେବ ଓପିଟିସିଏଲ ଲାଭରେ କରୁଛି। କିଛିବର୍ଷ ମଧ୍ୟରେ ଓପିଟିସିଏଲ ପକ୍ଷରୁ କେତେକ ନୂଆ ପ୍ରଯୁକ୍ତି ଲାଗୁ କରାଯାଇଛି। ଜିଆଇଏସ୍‌, ଭୂତଳ କେବଲିଂ ଓ ସ୍ୱୟଂଚାଳିତ ସବ-ଷ୍ଟେସନ୍‌ ଭଳି କ୍ଷେତ୍ରରେ ପ୍ରଯୁକ୍ତିକୁ ଲାଗୁ କରାଯାଇଛି। ୩୦ହଜାର କି.ମି ଜିଆଇଏସ୍‌ ସର୍ବେକ୍ଷଣ ୩ମାସରେ ଶେଷ ହୋଇଛି। ଭାରତ ବ୍ରଡ୍‌ବ୍ୟାଣ୍ଡ ପ୍ରକଳ୍ପ ଓପିଟିସିଏଲ ହାତକୁ ନେବା ପରେ ରାଜ୍ୟର ୧୫ଟି ଜିଲ୍ଲାରେ ଏହାର କାର୍ଯ୍ୟ କରାଯିବ। ଆସନ୍ତା ୧ବର୍ଷ ମଧ୍ୟରେ ଏହାର ଶେଷ ହେବକୁ ଲକ୍ଷ୍ୟ ରଖାଯାଇଛି। ତେବେ ନିଗମରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କ ରହିଥିବା ସମସ୍ୟାକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିଥିମାନେ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଓପିଟିସିଏଲର ସିଏମ୍‌ଡି ହେମନ୍ତ ଶର୍ମା, ଓପିଟିସିଏଲର ପ୍ରକଳ୍ପ ନିର୍ଦେଶକ ରାଧାମୋହନ ପଣ୍ଡା, ଅପରେସନ୍‌ର ନିର୍ଦେଶକ ଉତ୍ତମ କୁମାର ସାମଲ, ଗ୍ରିଡ୍‌କୋର ନିର୍ଦେଶକ(ବାଣିଜ୍ୟ) ମାନସ କୁମାର ଦାସ, ଓପିଟିସିଏଲ ଓ ଗ୍ରିଡ୍‌କୋର ନିର୍ଦେଶକ(ଅର୍ଥ) ବିଭୁପ୍ରସାଦ ମହାପାତ୍ର ଓ ଓପିଟିସିଏଲର ମାନବ ସମ୍ବଳର ନିର୍ଦେଶକ ରାଜନ୍ଦ୍ରେ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।

ସମ୍ବନ୍ଧିତ ଖବର