ଓପିଏସ୍‌ସିରେ ଅଚଳାବସ୍ଥା : ଅଧ୍ୟକ୍ଷ ଓ ଜଣେ ସଦସ୍ୟରେ ଚାଲିଛି ସଂସ୍ଥା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ରେ ଏବେ ଏକପ୍ରକାର ଅଚଳାବସ୍ଥା। ଅଧ୍ୟକ୍ଷଙ୍କ ସମେତ ଜଣେ ସଦସ୍ୟରେ ଚାଲିଛି ଏବେ କମିସନ। ଏଭଳି ସ୍ଥିତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଉପଯୁକ୍ତ ପରିଚାଳନା ବିଶେଷକରି ମୌଖିକ ପରୀକ୍ଷା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେବାକୁ ଯାଉଛି। କୌଣସି କାରଣରୁ ସଦସ୍ୟ ଅଥବା ଅଧ୍ୟକ୍ଷ ଯଦି ହଠାତ ଅନୁପସ୍ଥିତ ରୁହନ୍ତି ତେବେ ପରୀକ୍ଷା ବନ୍ଦ ହେଲା ଭଳି ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ ଏବେ ଭାରତୀୟ ବନ ସେବାର ବରିଷ୍ଠ ଅଧିକାରୀ ଜେ.ଡି.ଶର୍ମା ଓପିଏସ୍‌ସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଶର୍ମା ୨୦୧୮, ଜାନୁଆରି ଯାଏ କାର୍ଯ୍ୟ କରିବେ। ବରିଷ୍ଠ ସଦସ୍ୟ ଡକ୍ଟର ସତ୍ୟକାମ ମିଶ୍ର ତିନି ମାସ ପୂର୍ବରୁ ଅବସର ନେଇ ସାରିଥିବା ବେଳେ ବର୍ତ୍ତମାନ ଏକମାତ୍ର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏଲ୍‌.ସି.ପଟ୍ଟନାୟକ। ସାଧାରଣ ଭାବେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟଙ୍କୁ ନେଇ ଓପିଏସ୍‌ସି ଚାଲି ଆସୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଅତି କମରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟଙ୍କର ଆବଶ୍ୟକତା ରହିଛି। କିନ୍ତୁ ସଦସ୍ୟ ନିଯୁକ୍ତିରେ ସରକାରୀ ନିଷ୍କ୍ରିୟତା ଓପିଏସ୍‌ସି ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଅଚଳାବସ୍ଥା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର