ଗିନିଜ୍‌ ଓ୍ଵାର୍ଲଡ୍‌ ରେକର୍ଡ଼ରେ ସାମିଲ ହେଲା ଓଡ଼ିଶା ରୋଲର ସ୍କେଟିଙ୍ଗ୍‌ ଟିମ୍‌

ଭୁବନେଶ୍ୱର : ଓଡ଼ିଶାର ଏକ ସ୍କେଟିଙ୍ଗ ଟିମ୍‌ ଗିନିଜ୍‌ ଓ୍ଵାର୍ଲଡ୍‌ ରେକର୍ଡରେ ନିଜ ନାଁ ସାମିଲ କରାଇବାରେ ସଫଳ ହୋଇଛି । ଓଡ଼ିଶାର ନାଁ ଗିନିଜ୍‌ ଓ୍ଵାର୍ଲଡ୍‌ ରେକର୍ଡରେ ଆସିବା ପରେ ଏହାକୁ ନେଇ ସାରା ରାଜ୍ୟବାସୀଙ୍କ ମନରେ ଖୁସୀର ଲହରୀ ଖେଳି ଯାଇଛି । ୧୩ଜଣ ସଦସ୍ୟ ବିଶିଷ୍ଟ ଓଡ଼ିଶା ରୋଲର ସ୍କେଟିଙ୍ଗ୍‌ ଆସୋସିଏସନ୍‌ (ଓଆର୍‌ଏସ୍‌ଏ)କୁ ଏହି ସମ୍ମାନ ମିଳିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ନଭେମ୍ବର ୧୦, ୨୦୧୮ରେ କର୍ଣ୍ଣାଟକର ବେଲଗବୀରେ ଆୟୋଜିତ  ସବୁଠାରୁ ବଡ଼ ରୋଲର ସ୍କେଟିଙ୍ଗ୍‌ ଲେସନରେ ୪୮ଘଣ୍ଟା ପର୍ଯ୍ୟନ୍ତ ଅବିରତ ରୋଲର ସ୍କେଟିଙ୍ଗ୍‌ କରିଥିଲା ଓଡ଼ିଶା ଟିମ୍‌ । ଏହି ଅର୍ନ୍ତଜାତୀୟ ଇଭେଣ୍ଟରେ ବିଭିନ୍ନ ରାଜ୍ୟରୁ ୫୪୫ ସ୍କେଟର୍ସ ଭାଗ ନେଇଥିଲେ । ଆଜି ରାଜ୍ୟପାଳ ଗଣେଷୀ ଲାଲ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ରାଜଭବନରେ ସମ୍ମାନିତ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର