ବିଶ୍ୱସ୍ତରରେ ଓଡ଼ିଶାର ଦକ୍ଷତା ପହଞ୍ଚାଇବା ଲକ୍ଷ୍ୟ: ନବୀନ

ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଓଡ଼ିଶା ସ୍କିଲ୍ସ ଉଦ୍‌ଘାଟିତ

କଟକ: ବିଶ୍ୱସ୍ତରରେ ଓଡ଼ିଶାର ଦକ୍ଷତା ପହଞ୍ଚାଇବାର ଲକ୍ଷ୍ୟ ରହିଛି। କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଓଡ଼ିଶା ସ୍କିଲ୍ସ ୨୦୧୮ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଓଡ଼ିଶାର ଦକ୍ଷତାକୁ ଆଗକୁ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ନବୀନ ଲଗୋ ଉନ୍ମୋଚନ କରିଛନ୍ତି।

ଓଡ଼ିଶା ସ୍କିଲ୍ସ ୨୦୧୮ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏହା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଚାଲିବ। ୨ ଦିନିଆ ପ୍ରଦର୍ଶନୀ ସକାଳ ୧୦ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୦ ଜଣ ଅଂଶଗ୍ରହଣକାରୀ ୨୫ଟି ସ୍କିଲ ପ୍ରଦର୍ଶନ କରିବେ। ପ୍ରତିଯୋଗିତାରେ ବିଜୟୀ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୧ଲକ୍ଷ, ରୌପ୍ୟ ବିଜେତାଙ୍କ ପାଇଁ ୭୫ ହଜାର ଓ କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର