ଭୁବନେଶ୍ୱର : ଆଜି ଓଡିଶାର ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଉଗାଣ୍ଡାର ରାଜଧାନୀ କାମ୍ପାଲା ଅଭିମୁଖେ ଯାତ୍ରା କରିଛନ୍ତି । ଡଃ ପାତ୍ର ସେଠାରେ ଚଳିତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହାପରେ ସେ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଯାତ୍ରା କରିବେ । ସେ ଅକ୍ଟୋବର ୭ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ବିଧାନସଭାର ସଚିବ ଦାଶରଥୀ ଶତପଥୀ ମଧ୍ୟ ଗସ୍ତରେ ଯାଇଛନ୍ତି ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କାମ୍ପାଲା ଯାତ୍ରା
/sambad/media/post_attachments/wp-content/uploads/2019/09/IMG-20190923-WA0003.jpg)